ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ; ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ତାଲା ପକାଇଲେ ଆଇନଜୀବୀ, ୧୦ଟି ଜିଲ୍ଲାରେ ମହାବନ୍ଦ ଡାକରା

Published By : Prameya-News7 Bureau | November 19, 2018 IST

ସମ୍ବଲପୁର ୧୯|୧୧:  ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ତୀବ୍ର ହୋଇଛି ଆନ୍ଦୋଳନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇବାଇ ଦେଇଛନ୍ତି ଆନ୍ଦୋଳନରତ ଓକିଲ । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ଅନୁଯାୟୀ ଏହା କରାଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୭୪ ଦିନ ହେଲା ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ, ସମସ୍ତ ନ୍ୟାୟିକ ବ୍ୟବସ୍ଥା ଠପ୍  କରିଦେଇଛନ୍ତି । ସେହିପରି ଜିଲ୍ଲାପାଳ, ଆର୍ ଡିସି ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି । ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇ ଅଚଳ କରିଦେବା ସହ, ୨୯ ଓ ୩୦ରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ମହାବନ୍ଦ କରିବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି । ଏହି ବନ୍ଦରୁ ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.