Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୁପ୍ରିମକୋର୍ଟରେ ପହଞ୍ଚିଲା ହାଇଦ୍ରାବାଦ ଏନକାଉଣ୍ଟର ମାମଲା, ପୋଲିସ ବିରୋଧରେ ଓକିଲଙ୍କ ପିଟିସନ

7/12/2019 at 1:09 PM

ନୂଆଦିଲ୍ଲୀ ୭।୧୨: ଶାଦନଗର ଗଣ ଦୁଷ୍କର୍ମ ଓ ଯୁବତୀଙ୍କୁ ପୋଡି ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ଶୁକ୍ରବାର ଏନକାଉଣ୍ଟର କରିଛି। ମାମଲାରେ ଶନିବାର ବରିଷ୍ଠ ଆଇନଜୀବି ଜି.ଏସ୍.ମଣୀ ଓ ପ୍ରଦୀପ କୁମାର ଯାଦବ ଶିର୍ଷ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ସୁପ୍ରିମକୋର୍ଟଙ୍କ ୨୦୧୪ ଗାଇଡଲାଇନକୁ ପୋଲିସ ଉଲ୍ଲଂଘନ କରିଥିବା ଉଭୟ ଆଇନଜୀବି ଅଭିଯୋଗ କରିଥିବା ବେଳେ ଏନକାଉଣ୍ଟରରେ ସମ୍ପୃକ୍ତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଏତଲା, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହା ଛଡା ପୋଲିସ ଏନକାଉଣ୍ଟରକୁ ନେଇ କୋର୍ଟରେ ଅନ୍ୟ ଏକ ପିଟିସନ ମଧ୍ୟ ଦାଖଲ ହୋଇଛି। ବରିଷ୍ଠ ଆଇନଜୀବି ଏମ.ଏଲ. ଶର୍ମା ରୁଜୁ କରିଥିବା ନିବେଦନରେ ନ୍ୟାୟାଳୟଙ୍କ ତତ୍ୱାବଧାନରେ ଏକ ପୃଥକ ଏସଆଇଟି ଗଠନ ଲାଗି ଦାବି କରିଛନ୍ତି। ଏହା ଛଡା ସାଂସଦ ଜୟା ବଚ୍ଚନ ଓ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ୱାତୀ ମଲିୱାଲ ପୋଲିସ ଏନକାଉଣ୍ଟରକୁ ସମର୍ଥନ କରିଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଯୋଗ୍ୟ ଯେ ସାଇବରାବାଦ ପୋଲିସ ଏନକାଉଣ୍ଟରରେ ଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ହତ୍ୟା କରିଥିଲା। କ୍ରାଇମ ସିନ ରିକ୍ରିଏସନ ଲାଗି ସେମାନଙ୍କୁ ନେଇ ପୋଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଠାରୁ ଅସ୍ତ୍ର ଛଡାଇ ଖସି ପଳାଉଥିବା ବେଳେ ସେମାନଙ୍କର ଏନକାଉଣ୍ଟର କରାଯାଇଥିବା ପୋଲିସ କହିଥିଲା।

   Related Posts