କରୋନା ପାଇଁ ଆଇନଜୀବୀଙ୍କ ଡ୍ରେସ୍ କୋଡ୍ ‌ବଦଳିଲା:‌ ବିସିଆଇ ନିର୍ଦ୍ଦେଶରେ କୋର୍ଟ- ଗାଉନ୍ ପିନ୍ଧିବେନି ଆଇନ୍‌ଜୀବୀ

Published By : Prameya-News7 Bureau | May 15, 2020 IST

କଟକ୧୫/୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଇନ୍‌ଜୀବୀମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ଗାଉନ୍‌ ଏବଂ କୋଟ୍‌ ପିନ୍ଧିବେନି । କୋର୍ଟକୁ ଆସିବା ବେଳେ ଆଇନ ଜୀବୀମାନେ କେବଳ ଧଳା ସାର୍ଟ, ଧଳା ପ୍ୟାଣ୍ଟ, ମହିଳା ଆଇନଜୀବୀମାନେ ଧଳା ଶାଢୀ ଏବଂ ନେକ୍‌ ଟାଇ ପିନ୍ଧି ଆସିବାକୁ ଭାରତୀୟ ଆଇନଜୀବୀ ପରିଷଦ (ବିସିଆଇ) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।

ହାଇକୋର୍ଟ, ନିମ୍ନ ଅଦାଲତ ଏବଂ ଅନ୍ୟାନ୍ୟ ଟ୍ରିବ୍ୟୁନାଲରେ ମାମଲା ପରିଚାଳନା ବେଳେ ଉପସ୍ଥିତ ରହୁଥିବା ଆଇନଜୀବୀମାନେ ଉପରୋକ୍ତ ଡ୍ରେସ୍‌ କୋଡ୍‌ରେ ଆସିବେ ବୋଲି ବିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗାଉନ୍‌ ଏବଂ କୋଟ୍‌ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଏହି ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦେଶର ସମସ୍ତ ଆଇନଜୀବୀ ଏହି ଡ୍ରେସ୍‌ କୋଡ୍‌ରେ ଆସିବାକୁ ବିସିଆଇ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.