ଜରିମାନା ରାଶି ଦେବାକୁ ୫୦ ପଇସାର ୨୦୦ କଏନ୍ ଜମା କରୁଛନ୍ତି ସୁପ୍ରିମକୋର୍ଟ ଓକିଲ, ଜାଣନ୍ତୁ କାହିଁକି

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ ୧୭/୦୭ : ସୁପ୍ରିମକୋର୍ଟ ଆଇନଜୀବୀ ରିପକ କଂସଲଙ୍କ କୋର୍ଟ ରେଜିଷ୍ଟ୍ରିରେ ପକ୍ଷପାତ ଅଭିଯୋଗ କରିଥିବା ଆବେଦନ ଖାରଜ କରି ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି | ଜରିମାନା ପରେ ଅନେକ ଓକିଲ କଂସଲଙ୍କ ସମର୍ଥନ କରିଛନ୍ତି ଏବଂ ଜରିମାନା ପାଇଁ ଫଇସଲାର ସିମ୍ବଲିକ ବିରୋଧ ଭାବେ ୫୦-୫୦ ପଇସା କଏନ ଏକାଠି କରୁଛନ୍ତି | କଂସଲ ତର୍କ କରିଥିଲେ ଯେ ରେଜିଷ୍ଟ୍ରି ଦ୍ୱାରା 'ପିକ ଆଣ୍ଡ ଚୁଜ' ନୀତି ଆପଣାଇ ମାମଲାର ଲିଷ୍ଟିଙ୍ଗ କରାଯାଉଛି | ଯାହାଫଳରେ କିଛି ମାମଲା ଅନେକ ଦିନ ଜଏନ ପଡ଼ିରହେ ଆଉ କିଛି ମାମଲା ଦାଏର ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଲିଷ୍ଟିଙ୍ଗ ହୋଇଥାଏ |  

କୋର୍ଟ ଜରିମାନା ଫଇସଲା ଶୁଣାଇବାର ଦିନେ ପରେ ୫୦ ପଇସା ମୁଦ୍ରା ଜମା କରିବାକୁ ଏକ ଡ୍ରାଇବି ଆରମ୍ଭ କରାଯାଇଛି | ୧୦୦ ଟଙ୍କା ଜରିମାନା ରାଶି ଅର୍ଥାତ ୨୦୦ ଟି ୫୦ ପଇସା ମୁଦ୍ରା ଜମା ହୋଇଯିବ ତାକୁ ରେଜିଷ୍ଟ୍ରିରେ ଜମା କରିଦିଆଯିବ | ଏହି ମାମଲାରେ ନିଜର ବିରୋଧ ଦର୍ଜ କରିବାକୁ ଇଛୁକ ଓକିଲଙ୍କୁ ଏକାଠି କରିବାକୁ ଏକ ହ୍ୱାଟ୍ସଆପ ଗ୍ରୁପ କରାଯାଇଛି | ଏବେ ସୁଦ୍ଧା ୨୦୦ ଓକିଲ ଏହି ଗ୍ରୁପରେ ଯୋଡିହୋଇ କଂସଲଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଛନ୍ତି |

କଂସଲ କହିଛନ୍ତି, ମୁଁ ଖୁସି ଅଛି, ଏହା ମୋର ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ | ଅନ୍ୟ ଓକିଲଙ୍କୁ ମଧ୍ୟ ପକ୍ଷପାତର ସାମ୍ନା କରିବାକୁ ପଡୁଛି | ଏସସିବିଏ ସଦସ୍ୟ ରେଜିଷ୍ଟ୍ରିର ଏହି ବେଆଇନ ଆକ୍ଟ ବିରୋଧରେ ମୋତେ ସମର୍ଥନ କରୁଛନ୍ତି ଏବଂ ଅନେକ ଏକଜେକ୍ୟୁଟିଭ ମେମ୍ବର ମଧ୍ୟ ଏହି ଗ୍ରୁପରେ ସାମିଲ ହୋଇଛନ୍ତି |'

ଜଣେ ଓକିଲ ନିଜ ନାଁ ଗୋପନ ରଖି କହିଛନ୍ତି ଯେ, ଆମେ ଏକ ପ୍ରତିକ୍ରିୟା ଭାବେ ୱାଣ୍ଡପଳନ ଆରମ୍ଭ କରିଛୁ | ଆମେ ସମସ୍ତେ କଂସଲଙ୍କ ସହିତ ଅଛୁ | ତାଙ୍କ ଉପରେ ଯେଉଁ ଜରିମାନା ଲଗାଯାଇଛି ତା ଦ୍ୱାରା ଆମର ରୋଷ ଦେଖାଇବାର ସବୁଠାରୁ ଭଲ ତରିକା ହେଲା ଆମେ ସମସ୍ତେ ମିଶି ୫୦ ପଇସା ମୁଦ୍ରା ଜମା କରିବୁ | ରେଜିଷ୍ଟ୍ରି ମୁଦ୍ରା ଗଣିବା କାମ କରୁ |'

ଜୁଲାଇ ୬ ତାରିଖରେ ଜଷ୍ଟିସ ଅରୁଣ ମିଶ୍ର ଏବଂ ଏସ ଅବଦୁଲ ନଜିରଙ୍କ ବେଞ୍ଚ ରେଜିଷ୍ଟ୍ରି ବିରୋଧରେ ପକ୍ଷପାତ ଆରୋପ ଲଗାଇଥିବା କଂସଲଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ | ନ୍ୟାୟାଳୟ କହିଥିଲେ ଯେ, ଦାଏର ହୋଇଥିବା ବଡ ସଂଖ୍ୟକ ଆବେଦନ ଦାଏର କରାଯାଇଥାଏ ଏବଂ ଏହିଭଳି ମାମଲାକୁ ଡିଲ କରୁଥିବା ଆସିଷ୍ଟାଣ୍ଟଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ | କୋର୍ଟ କହିଥିଲେ ଯେ ମାନବଙ୍କୁ ଦ୍ୱାରା ଭୁଲ ହୋଇଥାଏ ଏବଂ ଏହିଭଳି ମହାମାରୀ ସମୟରେ ଅଧିକାଂଶ କ୍ଷମତା ସମ୍ପନ୍ନ କାମ କରାଯାଉଥିବାବେଳେ ଏହିଭଳି ତ୍ରୁଟି ହୋଇଯାଇଥାଏ |

କୋର୍ଟ କହିଥିଲେ ଯେ ଏମିତି ବି ଆବେଦନ ଦାଏର ହୋଇଥାଏ ଯାହା ଦୋଷପୂର୍ଣ୍ଣ ତଥାପି ତାକୁ ଲିଷ୍ଟ କରିବାକୁ ଆଗ୍ରହ କରାଯାଇଥାଏ ଏବଂ ଉଲ୍ଲେଖ କରାଯାଇଥାଏ ଯେ ତାକୁ ତତ୍କାଳ ଲିଃଷ୍ଟିଙ୍ଗ କରାଯାଉ | ଲିଃଷ୍ଟିଙ୍ଗ କରୁଥିବା ଆସିଷ୍ଟାଣ୍ଟଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ | ଭୁଲ ସହିତ ଦାଏର ହୋଇଥିବା ଆବେଦନକୁ ନେଇ ଶୀଘ୍ର ଲିଷ୍ଟିଙ୍ଗ କରାଯିବା ଆଶା କରିବା ଅନୁଚିତ | 

କଂସଲ 'ୱାନ୍ ନେସନ, ୱାନ୍ ରାଶନ୍ କାର୍ଡ' ସହ ଜଡିତ ଏକ ଆବେଦନର ଲିଷ୍ଟିଙ୍ଗ ନ ହୋଇଥିବାରୁ କୋର୍ଟରେ ଆବେଦନ କରିଥିଲେ | କଂସଲ ନିଜ ଆବେଦନର ଲିଷ୍ଟିଙ୍ଗର ତୁଳନା ଅର୍ଣ୍ଣବ ଗୋସ୍ୱାମୀଙ୍କ ଦ୍ୱାରା ଦାଏର ଆବେଦନ ସହିତ କରିଥିଲେ | ଏଥିରେ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଦର୍ଜ ହୋଇଥିବା ଅନେକ ଏଫଆଇଆରକୁ ଚ୍ୟାଲେଞ୍ଜ କରାଯାଇଥିଲା | କାରଣ ଅର୍ଣ୍ଣବ ଗୋସ୍ୱାମୀଙ୍କ ଆବେଦନ ଗୋଟିଏ ଦିନରେ ଲିଃଷ୍ଟିଙ୍ଗ ହୋଇଥିଲା ଏବଂ ନ୍ୟାୟାଳୟ ଶୁଣାଣି ମଧ୍ୟ କରିଥିଲେ |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.