Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପାକିସ୍ତାନ ଲାହୋରରେ ଡାକ୍ତରଖାନା ଉପରେ ଆକ୍ରମଣ କଲେ ଆଇନଜୀବୀ, ୧୫ ଜଣଙ୍କର ମୃତ୍ୟୁ

12/12/2019 at 8:45 AM

ଲାହୋର ୧୨।୧୨ – ପାକିସ୍ତାନ ଲାହୋରରେ ଆଇନଜୀବୀମାନେ ହିଂସାତ୍ମକ ପ୍ରଦର୍ଶନ କରିବା ସହ ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି । ବୁଧବାରରେ ଆଇନଜୀବୀମାନେ କରୁଥିବା ପ୍ରଦର୍ଶନ ହିଂସାତ୍ମକ ରୂପ ଧାରଣ କରିଥିଲା । ପାକିସ୍ତାନ ପଞ୍ଜାବସ୍ଥିତ ଇନଷ୍ଟିଟ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜି ଉପରେ ଆଇନଜୀବୀମାନେ ଆକ୍ରମଣ କରିଥିଲେ । ଡାକ୍ତର ଓ ଆଇନଜୀବୀମାନଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଥିଲା । ଆଇନଜୀବୀମାନେ ଆଇସିୟୁ ଉପରେ ଆକ୍ରମଣ କରିଥିବାରୁ ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବା ୧୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।୨୫ ଜଣ ଆହାତ ହୋଇଛନ୍ତି ।

ପାକିସ୍ତାନର ଖବର ପ୍ରସାରଣ ସଂସ୍ଥା ଡନ୍‌ର ସୂଚନା ଅନୁସାରେ ବୁଧବାରରେ ବହୁ ସଂଖ୍ୟାରେ ଆଇନଜୀବୀ ଡାକ୍ତରଖାନାରେ ଆକ୍ରମଣ କରିଥିଲେ । ଡାକ୍ତରମାନଙ୍କ ସହ ଏମାନଙ୍କର ଯୁକ୍ତିତର୍କ ପରେ ମାରପିଟ୍‌ ହୋଇଥିଲା । ପରେ ଆନ୍ଦୋଳନ କରୁଥିବା ଆଇନଜୀବୀମାନେ ବିଭିନ୍ନ ଗାଡିରେ ନିଆଁ ଲଗାଇ ଦେବା ସହ ଡାକ୍ତରଖାନାର ଜିନିଷ ଭଙ୍ଗା ରୁଜା କରିଥିଲେ ।

ପାକିସ୍ତାନର ସୂଚନା ମନ୍ତ୍ରୀ ଫୟାଜ ଚୌହାନ ବି ଏହି ଆକ୍ରମଣରେ ଆହତ ହୋଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ଗୁରୁବାରରେ ଆଇନଜୀବୀମାନେ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ।

କିଛିଦିନ ତଳେ ଏହି ଡାକ୍ତରଖାନାରେ ଜଣେ ଆଇନଜୀବୀଙ୍କୁ ଡାକ୍ତରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଇନଜୀବୀମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।.

   Related Posts