ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ; ଆସନ୍ତା ୭,୮ ଓ ୯ରେ ଅର୍ଥନୈତିକ ଅବରୋଧ କରିବ ଓକିଲ ସଂଘ
4/01/2019 at 4:08 PM

ଝାରସୁଗୁଡା ୪|୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆସନ୍ତା ୭,୮ ଓ ୯ ତାରିଖରେ ଅର୍ଥନୈତିକ ଅବରୋଧ କରିବ ଓକିଲ ସଂଘ। ଗତ ସଂଧ୍ୟାରେ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ ଦାଶଙ୍କ ସହ ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ ଓ ସମ୍ବଲପୁର ଜିଲ୍ଲାର ଓକିଲଙ୍କ ଏକ ଜରୁରୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥନୈତିକ ଅବରୋଧ ସମୟରେ ଜିଲ୍ଲାକୁ ଆସୁଥିବା ସମସ୍ତ ଖଣିଜ ପଦାର୍ଥର ପରିବହନ ଓ ଜିଲ୍ଲାରୁ ବାହାରକୁ ଯାଉଥିବା ଖଣିଜ ପଦାର୍ଥ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ସମସ୍ତ ପରିବହନକୁ ବନ୍ଦ କରାଯିବ। ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ମୁକ୍ତ ରଖାଯିବ।ଗୋଟିଏ ପଟେ ଓକିଲଙ୍କ ଆନ୍ଦୋଳନ ତୀବ୍ର ହେବାକୁ ଯାଉଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ପଶ୍ଚିମ ଓଡ଼ିଶାର ୬ଜଣ ବିଧାୟକ ସାକ୍ଷାତ କରି ହସ୍ତକ୍ଷେପ ଲୋଡ଼ିବା ପରେ ଆନ୍ଦୋଳନର ରୂପରେଖ କଣ ହେବ ତାହା ସମୟ କହିବା । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟିର ଆନ୍ଦୋଳନ ଡ଼ାକରାରେ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସାମିଲ ହେବା ପାଇଁ ସମ୍ମତି ପ୍ରଦାନ କରିଛି ।