Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଓକିଲ ଆନ୍ଦୋଳନ ପ୍ରତ୍ୟାହାର ; ଆସନ୍ତାକାଲିଠୁ ସ୍ୱାଭାବିକ ହେବ କୋର୍ଟ କାମ

14/11/2018 at 2:45 PM

କଟକ ୧୪/୧୧ : ଦୀର୍ଘ ୭୮ ଦିନ ପରେ ଓକିଲ ଆନ୍ଦୋଳନ ବନ୍ଦ ହୋଇଛି | ଆସନ୍ତାକାଲିଠାରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ଚାଲିବ | ହାଇକୋର୍ଟ ବାର ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି | ଆଜି ହାଇକୋର୍ଟରେ ଓକିଲ ପୋଲିସ ଗଙ୍ଗାଗୋଲା ସମ୍ପର୍କିତ ସମସ୍ତ ମାମଲାର ବିଚରଥିଲା | ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ବେଞ୍ଚରେ ମାମଲାର ବିଚାର ଚାଲିଥିବାବେଳେ ଓକିଲଙ୍କୁ ମାଡ ମାରିଥିବା ୩ଜଣ ପୋଲିସ କର୍ମଚାରୀ ଅଦାଲତରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ | ସେହିଭଳି ମାଡ ଖାଇଥିବା ଓକିଲ ଦେବୀ ପ୍ରସାଦ ପଟ୍ଟନାୟକ ସେ କରିଥିବା ସମସ୍ତ ଏଫଆଇଆର ରଦ୍ଦ କରିବାପାଇଁ ଅଦାଲତରେ ଆବେଦନ କରିଥିଲେ | ସେହିଭଳି ଅକ୍ଟୋବର ୨୯ ତାରିଖ ଦିନ ବିଜେଡି ଆଇନଜୀବୀ ସେଲ ଓ ଅନ୍ୟ ଓକିଲଙ୍କ ମଧ୍ୟରେ ହୋଇଥିବା ବିବାଦ ବେଳେ ଆଡ଼ଭୋକେଟ ଜେନେରାଲଙ୍କ ପିଏସଓଙ୍କ ଉପରେ ଆଇନଜୀବୀଙ୍କ ଆକ୍ରମଣ ଘଟଣା ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଅଦାଲତରେ ଦୁଃଖ ପ୍ରକାଶ କରାଯାଇଥିଲା | ଏ ସମସ୍ତ ଘଟଣା ପରେ ଆଇନଜୀବୀଙ୍କ ସୁରକ୍ଷା ଓ ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ଜଷ୍ଟିସ ସି.ଆର.ଦାସ ଏକ ନିର୍ଦେଶ ଦେଇଥିଲେ | ଏ ସମ୍ପର୍କରେ ନୀତି ନିର୍ଧାରଣ ପାଇଁ ସେ ଆଡ଼ଭୋକେଟ ଜେନେରାଲଙ୍କୁ ପରାମର୍ଶ ଦେବା ପାଇଁ ନିର୍ଦେଶ ଦେଇଥିଲେ | ଆଡ଼ଭୋକେଟ ଜେନେରାଲ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାପାଇଁ କୁହାଯାଇଛି | ସେହିଭଳି ଓକିଲଙ୍କ ସୁରକ୍ଷା ପାଇଁ କଣ କରାଯାଇପାରିବ ସେ ସମ୍ପର୍କରେ ପରାମର୍ଶ ପାଇଁ ଏକ କମିଟି ଗଠନ ଲାଗି ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି |କମିଟିରେ ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ରହିବେ | ହାଇକୋର୍ଟ ବାର ଆସୋସିଏସନର ଦୁଇଜଣ କର୍ମକର୍ତ୍ତା ରହିବେ | ୩ଜଣ ବରିଷ୍ଠ ଆଇନଜୀବୀ ରହିବେ | ଏହାପରେ ଦିନ ଗୋଟାଏ ବେଳକୁ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓକିଲ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା | ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ ଏହି ସୂଚନା ଦେଇଥିଲେ |

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୯ ତାରିଖ ସନ୍ଧ୍ୟାରେ ହାଇକୋର୍ଟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଉପରେ ପୋଲିସର ଆକ୍ରମଣକୁ ନେଇ ୭୮ ଦିନ ଧରି ହାଇକୋର୍ଟ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଓକିଲ ଆନ୍ଦୋଳନ ଜାରି ରହିଥିଲା |

   Related Posts