ଥମୁନି ଆଇନଜୀବୀ ଓ ପୋଲିସ୍ ବିବାଦ ; ଆସନ୍ତାକାଲି ଯାଏଁ ଚାଲିବ ଆଇନଜୀବୀଙ୍କ ଆନ୍ଦୋଳନ, ସେପଟେ ହାଇକୋର୍ଟରେ ଆଜି ମାମଲାର ଶୁଣାଣି

Published By : Prameya-News7 Bureau | November 13, 2018 IST

କଟକ ୧୩|୧୧:  ଥମୁନି ଆଇନଜୀବୀ ଓ ପୋଲିସ୍ ବିବାଦ ।  ଆସନ୍ତାକାଲି ଯାଏଁ ମଧ୍ୟ ଚାଲିବ  ଆଇନଜୀବୀଙ୍କ ଆନ୍ଦୋଳନ ।  ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏଭଳି  ନିଷ୍ପତ୍ତି ହୋଇଛି । ହାଇକୋର୍ଟରେ ଓକିଲ-ପୋଲିସ୍ ବିବାଦ ମାମଲାର ଶୁଣାଣି ନେଇ ବୈଠକରେ ଆଲୋଚନା ହୋଇଥିଲା । ଓକିଲ ଓ ପୋଲିସ୍ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ମଧ୍ୟ ଏହି ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଛି ।   ଏ ସମ୍ପର୍କରେ ମତାମତ ଦେଇ ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି ଯେ ବୈଠକ ବେଶ୍ ସକାରାତ୍ମକ ଥିଲା । ଏ ସମ୍ପର୍କରେ ହାଇକୋର୍ଟ ଜେନେରାଲ ବଡିକୁ ଅବଗତ କରାଯାଇଛି । ଆସନ୍ତାକାଲି  ହାଇକୋର୍ଟ ବାର୍ ର ସାଧାରଣ ପରିଷଦ ବୈଠକ ବସିବ । ସେହି ବୈଠକରେ ଓକିଲ ଆନ୍ଦୋଳନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି ।  ତେବେ ଭୁବନେଶ୍ବରରେ  ଆଜି  ଓକିଲ ମାନେ କାର୍ଯ୍ୟରେ ଯୋଗଦେବାର ସମ୍ଭାବନା ରହିଛି । ସେପଟେ ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହେବ । ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଜ । ଗତକାଲି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ଶୁଣାଣି ହୋଇପାରିନଥିଲା । ଆଜି ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହ କନଷ୍ଟେବଳଙ୍କ ନିଲମ୍ବନ ପ୍ରତ୍ୟାହାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.