Onlineକୋର୍ଟରେ ଶୁଣାଣି ବେଳେ ଧୂମ୍ରପାନ କରୁଥିଲେ ବରିଷ୍ଠ ଓକିଲ! ଜାଣନ୍ତୁ ତା ପରର ଘଟଣା

Published By : Prameya-News7 Bureau | August 13, 2020 IST

ଜୟପୁର ୧୩।୮: ରାଜସ୍ଥାନରେ ବହୁଜନ ସମାଜପାର୍ଟି (ବସପା) ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ବିଜେପିଓ ବସପା ପକ୍ଷରୁ କୋର୍ଟରେ ଆଗତ ଏକ ମାମଲାର ଶୁଣାଣି ବେଳେ ବରିଷ୍ଠ ଓକିଲଙ୍କ ଧୂମପାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  କୋର୍ଟରେ ଅନଲାଇନ ଶୁଣାଣି ବେଳେ ଓକିଲ ରାଜୀବ ଧାବନ କାଗଜ ଆଢୁଆଳରେ ହୁକ୍କା ଟାଣୁଥିବାର ଦେଖାଯାଇଛି। ଯାହା ଅନଲାଇ କୋର୍ଟରେ ମାନ୍ୟବର ବିଚାରପତିଙ୍କ ଧ୍ୟାନକୁ  ମଧ୍ୟ  ଆସିଛି। ଗୁରୁବାର ଏହି ଭିଡିଓ ସୋସିଆଲ ମିଡିଆରେଭାଇରାଲ ହେଉଥିବା ବେଳେ କୋର୍ଟରେ କଣ କହିଥିଲେ ବିଚାରପତି ଆସନ୍ତୁ ଜାଣିବା।

ଜଷ୍ଟିସ୍ ମହେନ୍ଦ୍ର କୁମାର ଗୋୟଲଙ୍କ କୋର୍ଟରେ ଗତ ମଙ୍ଗଳବାର ବସପ ବିଧାୟକଙ୍କ କଂଗ୍ରେଲରେ ବିଲୟ ମାମଲାର ଶୁଣାଣି କରୁଥିବା ବେଳେ ଏହି ଘଟଣା ଘଟିଥିଲାଯ ବସପା ବିଧାୟକଙ୍କ ପକ୍ଷରୁ କୋର୍ଟରେ ବରିଷ୍ଠ ଓକିଲ ରାଜୀବ ଧାବନ ମାମଲାର ପରିଚାଳନା କରୁଥିବା ବେଲେ କଂଗ୍ରେସ ପକ୍ଷରୁ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଧାବନ କାଗଜ ଆଢୁଆଳରେ ଧୂମ୍ରପାନ କରୁଥିବାର ଜଷ୍ଟିସ୍ ଧାବନ ସ୍ପଷ୍ଟ ଦେଖିପାରୁଥିଲେ।

wp:html /wp:html

ତେବେ ବୟସଗତ କାରଣରୁ ଜଷ୍ଟିସ୍ ଗୋୟଲ କଡା ପ୍ରତିକ୍ରିୟା ପ୍ରକାଶ କରିପାରିନଥିଲେ ହେଁ ବୟସଗତ କାରଣରୁ ଆଉ ତାଙ୍କର ଧୂମପାନ ଉଚିତ ନୁହେଁ ବୋଲି କହିଥିଲେ। ତେବେ କୋର୍ଟ ଅନଲାଇନ ହେଉ କି ଭୈତିକ ଏଥିରେ ଓକିଲଙ୍କ ଅଦାଲତରେ ଧୁମପାନ ଆଦୌ ଗ୍ରହଣୀ ନୁହେଁ ନିଶ୍ଚିତ। ତେବେ ଏଭଳି କୋର୍ଟରେ ଧାବନ ଅନଭିଜ୍ଞ ଥିବା ନେଇ କଥାକୁ କୋହଳ କରାଯାଉଥିଲେ ବି ସୋସିଆଲ ମିଡିଆରେ କିନ୍ତୁ ଭିଡିଓ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.