ପାକିସ୍ତାନ ସେନା ବିରୋଧରେ ନାରାବାଜି କରୁଥିବା ଓକିଲଙ୍କୁ କରାଗଲା ଅପହରଣ…

Published By : Prameya-News7 Bureau | October 14, 2019 IST

ଲାହୋର୧୪|୧୦:ପାକିସ୍ତାନ ଏକ ଅଦାଲତରେ ସେନାଙ୍କ ବିରୋଧରେ ନାରା ଲଗାଉଥିବ ବରିଷ୍ଠ ଆଇନଜୀବୀ କାଶିଫ୍‌ ଅଲୀଙ୍କୁ ଦିନ ଦ୍ବିପହରେ ଅପହରଣ କରାଯାଇଛି। ବିପକ୍ଷ ଦଳ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜର ମୁଖ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟଚାର ମାମଲାରେ କାଶିଫ୍ ଲଢ଼ୁ ଥିଲେ। ଏଥିସହ ନଓ୍ବାଜଙ୍କ ସପକ୍ଷରେ ଅନ୍ୟ ଓକିଲଙ୍କ ସହ ମଧ୍ୟ ସେ ଯୁକ୍ତିତର୍କ କରିଥିଲେ।

କାଶିଫ୍‌ଙ୍କ ଭାଇ ହୁସେନଙ୍କ କହିବା ଅନୁସାରେ ନିଆଜବେଗ୍‌ ଅଞ୍ଚଳରେ କେବୁଲ ତାର କିଣିବା ବେଳେ ତାଙ୍କୁ ଅପହରଣ କରାଯାଇଛି। ଦୁଇଟି ଭ୍ୟାନରେ କିଛି ଅଜଣା ଲୋକ ଆସି କାଶିଫ୍‌ଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିବା କଥା ହୁସେନ କହିଛନ୍ତି। ସିସିଟିଭିରେ ରେକର୍ଡ ହୋଇଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଘଟଣାରେ ପଞ୍ଜାବ ବାର କାଉନ୍‌ସିଲ ସୁରକ୍ଷା ବ୍ୟବସ୍ଥାକୁ  ନେଇ ପ୍ରଶ୍ନ ଉଠିଛି । ଏପରିକି ଓକିଲ କାଶିଫ୍‌ କିଏ ଅପହରଣ କଲେ ଏନେଇ ଓକିଲମାନେ ନାରାବାଜି ଲଗାଇଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ଭ୍ରଷ୍ଟଚାର ମାମଲାରେ ତିନିଥର ଜେଲ ଯାଇଛନ୍ତି। ଏହାସହ ମନି ଲଣ୍ଡ୍ରିଂ ମାମଲରେ ମଧ୍ୟ ନିକଟରେ ତାଙ୍କୁ ଏନଏବି ଗିରଫ କରିଛି। ଏହି ମାମଲାରେ କୋର୍ଟରେ ଜେନେରାଲଙ୍କ ବିରୋଧରେ କାଶିଫ୍‌ ନାରା ଲଗାଇଥିଲେ। ସେଥିଲାଗି ତାଙ୍କୁ ଅପହରଣ କରାଯାଇଥାଏ ବୋଲି ପୋଲିସ ଅନୁମାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.