Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

RSS ଓ ବିଶ୍ୱ ହିନ୍ଦୁ ପରିଷଦକୁ ତାଲିବାନ ସହ ତୁଳନା କରିବା ପଡିଲା ମହଙ୍ଗା: ଜାଭେଦ ଅଖତରଙ୍କୁ ନୋଟିସ୍, କ୍ଷମା ମାଗନ୍ତୁ, ନଚେତ…

22/09/2021 at 4:56 PM

ମୁମ୍ବାଇ ୨୨/୦୯ : ରାଷ୍ଟ୍ରିୟ ସ୍ୱୟଂସେବକ ସଂଘକୁ ତାଲିବାନ ସହିତ ତୁଳନା କରି ଅଡୁଆରେ ପଡିଯାଇଛନ୍ତି ଗୀତିକାର ଜାଭେଦ ଅଖତର। ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ଏବଂ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଛି। ବୁଧବାର ମୁମ୍ବାଇର ଜଣେ ଓକିଲ ଗୀତିକାର ଜାଭେଦ୍ ଅଖତରଙ୍କୁ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଆରଏସଏସ ବିରୋଧରେ ମିଥ୍ୟା ତଥା ବଦନାମ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଇନଗତ ନୋଟିସ ପଠାଇଛନ୍ତି ଏବଂ ଏଥିପାଇଁ କ୍ଷମା ମାଗିବାକୁ କହିଛନ୍ତି।

ଆଇନଜୀବୀ ସନ୍ତୋଷ ଦୁବେ କହିଛନ୍ତି ଯେ ଯଦି ଜାଭେଦ ଅଖତର ବିନା ସର୍ତ୍ତରେ ଲିଖିତ କ୍ଷମା ମାଗିବାରେ ଏବଂ ନୋଟିସ ମିଳିବାର ୭ ଦିନ ଭିତରେ ନିଜର ସବୁ ବୟାନ ଫେରାଇ ନେବାରେ ବିଫଳ ହୁଅନ୍ତି ତାହେଲେ ସେ ଜାଭେଦ ଅଖତରଙ୍କ ଠାରୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଅପରାଧିକ ମାମଲା ରୁଜ୍ଜୁ କରିବେ। କିଛି ଦିନ ପୂର୍ବରୁ ଜାଭେଦ ଅଖତର ଆରଏସଏସ ଓ ବିଶ୍ୱ ହିନ୍ଦୁ ପରିଷଦକୁ ତାଲିବାନ ସହ ତୁଳନା କରିଥିଲେ। ତାଙ୍କର ଏହି ବୟାନ ପରେ ବିଜେପି ଓ ଶିବସେନା ତାଙ୍କୁ ଟାର୍ଗେଟ କରିଥିଲା।

ଓକିଲ ନୋଟିସରେ ଦାବି କରିଛନ୍ତି ଯେ ଏହିଭଳି ବୟାନ ଦେଇ ଜାଭେଦ ଅଖତର ଭାରତୀୟ ଦଣ୍ଡ ସଂହିତା ଧାରା ୪୯୯ (ମାନହାନି) ଓ ୫୦୦ (ମାନହାନି ଦଣ୍ଡ) ଅନୁଯାୟୀ ଅପରାଧ କରିଛନ୍ତି। କିଛି ଦିନ ପୂର୍ବରୁ ଆରଏସଏସ ଓ ବିଶ୍ୱ ହିନ୍ଦୁ ପରିଷଦକୁ ତାଲିବାନ ସହ ତୁଳନା କରିଥିବାକୁ ନେଇ ଶିବସେନା ଏହାକୁ ହିନ୍ଦୁ ସଂସ୍କୃତିର ଅପମାନ ବୋଲି କହିଥିଲା। ଶିବସେବା ନିଜର ମୁଖପତ୍ର ‘ସାମନା’ରେ କହିଥିଲା ଯେ, ଆଜିକାଲି କିଛି ଲୋକ ତାଲିବାନକୁ ଯାହା ସାଙ୍ଗରେ ବି ତୁଳନା କରୁଛନ୍ତି। ତାଲିବାନ ସମାଜ ଓ ମାନବ ଜାତି ପାଇଁ ବଡ ସଙ୍କଟ। ଚୀନ ଓ ପାକିସ୍ତାନ ଭଳି ଦେଶ ତାଲିବାନକୁ ସମର୍ଥନ କରୁଛନ୍ତି ଯାହା ଗଣତାନ୍ତ୍ରିକ ନୁହେଁ। ଏହି ଦେଶମାନଙ୍କରେ ମାନବାଧିକାର ପାଇଁ କୌଣସି ସ୍ଥାନ ନାହିଁ।’

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତାରକାର ପରେ ଜାଭେଦ ଅଖତର କହିଥିଲେ ଯେ, ‘ଯେଉଁଭଳି ତାଲିବାନ ଇସ୍ଲାମିକ ଷ୍ଟେଟ ଗଠନ କରିବାକୁ ଚାହୁଁଛି ସେହିଭଳି ଏଠାରେ ମଧ୍ୟ କିଛି ଲୋକ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛନ୍ତି। ଏମାନଙ୍କ ମାନସିକତା ଏକ ପ୍ରକାର। ଏମାନେ ହିନ୍ଦୁ, ମୁସଲମାନ, ଈସାଈ, ଇହୁଦୀ ଯାହା ବି ହେଇଥାନ୍ତୁ। ତାଲିବାନ ଯାହା କରୁଛି, ତାହା ବର୍ବର। କିନ୍ତୁ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳକୁ ସମର୍ଥନ କରୁଥିବା ଲୋକ ମଧ୍ୟ ସେହିଭଳି।’

   Related Posts