ଜୋର ଧରିଲା ଜୟପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓକିଲ ସଂଘର ଧାରଣା

Published By : Prameya-News7 Bureau | October 09, 2018 IST

କୋରାପୁଟ ୯|୧୦:  ପୁଣି ଜୋର ଧରିଲା ଜୟପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି। ଦୀର୍ଘ ବର୍ଷ ହେବ ଏହି ଦାବି ହୋଇଆସୁଥିବା ବେଳେ ଜୟପୁରରେ ଓକିଲ ମାନେ ପ୍ରତିକାତ୍ମକ ଭାବେ ପ୍ରତି ମାସର ଶେଷ ୨ ଦିନ କୋର୍ଟ ବର୍ଜନ କରି ଆସୁଛନ୍ତି । ତଥାପି ସେମାନଙ୍କ ଦାବି ପୂରଣ ହେଉନଥିବାରୁ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ଓକିଲ ସଂଘ । ଏନେଇ ଆଜିଠାରୁ ଜୟପୁରରେ ଓକିଲ ମାନଙ୍କ ତରଫରୁ ଆରମ୍ଭ ହୋଇଛି ୪ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ। ଜୟପୁରର ସମସ୍ତ ଓକିଲ ଆଜି ଏକତ୍ରିତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଦାବି ତୁରନ୍ତ ପୂରଣ ନହେଲେ ଆଗକୁ ଦୋକାନ ବଜାର ବନ୍ଦ କରିଯିବା ସହ ବଡ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.