ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ, ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲେ କୋର୍ଟ

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଡେଥ୍ ଓ୍ବାରେଣ୍ଟ ଜାରି ହୋଇସାରିବା ପରେ ୪ ଅଭିଯୁକ୍ତଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କେବେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ଚାଲ୍ କରୁଛନ୍ତି ନିର୍ଭୟା ଦୋଷୀ । ଫେବୃଆରୀ ୧ର ଫାଶୀ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀମାନେ ଆବେଦନ କରିଛନ୍ତି । ତେବେ ଆଜି ୧୦ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଦାଖଲ ପରେ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହେବ ମାମଲାର ଶୁଣାଣି ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ନିର୍ଭାୟା ଗଣ ଦୁଷ୍କର୍ମର ୪ ଅଭିଯୁକ୍ତ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଉପରେ ରହିତାଦେଶ ପାଇଁ ତାଙ୍କ ଓକିଲ ଏ.ପି. ସିଂହ ପଟିଆଲା ହାଉସ୍ କୋର୍ଟରେ ପୁନଶ୍ଚ ଆବେଦନ କରିଛନ୍ତି । ଆବେଦନରେ ଦର୍ଶାଯାଇଛି ଯେ, ନିୟମ ଅନୁଯାୟୀ ଗୋଟିଏ ଅପରାଧରେ ସମସ୍ତ ବିକଳ୍ପ ଶେଷ ହେବା ପୂର୍ବରୁ  ଫାଶୀ ଦିଆଯାଇପାରିବନାହିଁ । ଏଥିପାଇଁ ଦୋଷୀଙ୍କ ଓକିଲ Delhi Prison Rules କଥା ଉଠାଇଛନ୍ତି ।

ନିୟମ ଅନୁଯାୟୀ, ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବା ଅସମ୍ଭବ । କାରଣ ଫାଶୀ ଦିଆଯିବାର ୧୪ ଦିନ ପୂର୍ବରୁ ଦୋଷୀଙ୍କୁ ଫାଶୀ ସମ୍ବନ୍ଧରେ ଜଣାଇବା ଜରୁରୀ ହୋଇଥାଏ । ଏହାସହ ଗୋଟିଏ ଅପରାଧରେ ଦୋଷୀମାନଙ୍କୁ ଏକାଠି ଫାଶୀ ଦେବାର ମଧ୍ୟ ନିୟମ ନାହିଁ । ଏହି ନିୟମରୁ ଗୋଟିଏ ପାଳନ କଲେ ଫେବୃଆରୀ ୧ ତାରିଖରେ ଫାଶୀ ହେବା ନେଇ ଅନିଶ୍ଚିତତା ଦେଖାଦେବ ।

ସେପଟେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଗୁରୁବାର ପବନ ଜହ୍ଲାଦ ତିହାର ଜେଲରେ ପହଞ୍ଚି ଯାଇଛନ୍ତି । କିନ୍ତୁ ଧାର୍ଯ୍ୟ ଦିନ ଫାଶୀ ଦିଆଯିବ କି ନାହିଁ ତାହା ଏବେ ଅନିଶ୍ଚିତତା ହୋଇରହିଛି । କାରଣ ଫାଶୀ ଦଣ୍ଡ ଉପରେ ଅନିଶ୍ଚତ କାଳ ପର୍ଯ୍ୟନ୍ତ ରୋକ ଲଗାଇବାକୁ ନିବେଦନ କରି ଦୋଷୀଙ୍କ ଓକିଲ ଏ.ପି. ସିଂ ଦିଲ୍ଲୀ ସ୍ଥିତି ପଟିଆଲା ହାଉସ୍ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.