ପୁଣି ଓକିଲ-ପୋଲିସ ବିବାଦ ; ଥାନା ଭିତରେ ଓକିଲଙ୍କୁ ଆଇଆଇସିଙ୍କ ମାଡ ଅଭିଯୋଗ

Published By : Prameya-News7 Bureau | November 13, 2018 IST

ବୁଗୁଡା ୧୩|୧୧:  କଟକରେ ଆଇନଜୀବୀ-ପୁଲିସ ବିବାଦ ନତୁଟୁଣୁ ପୁଣି ସେଭଳି ଏକ ଘଟଣା ନଜରକୁ ଆସିଛି । ଓକିଲଙ୍କୁ ଥାନା ଭିତରେ ପୋଲିସ ଆଇଆଇସି ମାଡ ମାରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନାରେ ଜଣେ ଓକିଲଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ବୁଗୁଡା ଥାନା ଆଇଆଇସି ଓକିଲ ହରପ୍ରସାଦ ଦାସଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି । ଜମିଜମା ସମସ୍ୟା ସଂପର୍କରେ ବୁଝିବା ପାଇଁ ଓକିଲ ହରପ୍ରସାଦ ଦାସ ଥାନାକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ବାଳ ମାଡ ମାରିଥିବା ସେ ଅଭିଯୋଗ ଆଣିଛନ୍ତି । ଓକିଲଙ୍କ ମୁଣ୍ଡ, ହାତ ଏବଂ ଅଣ୍ଟାରେ ଆଘାତ ଲାଗିଥିବା ସେ କହିଛନ୍ତି । ଓକିଲଙ୍କୁ ମାଡ ଘଟଣାକୁ ନେଇ ବୁଗୁଡା ଓକିଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.