ଅନନ୍ୟା ଆଇନ୍ ଛାତ୍ରୀ ଯମୁନା ମେନନ୍ : ୧୮ଟି ସ୍ବର୍ଣ୍ଣ ପଦକ ଜିତି କଲେ ରେକର୍ଡ

Published By : Prameya-News7 Bureau | October 01, 2020 IST

ବେଙ୍ଗାଲୁରୁ ୦୧/୧୦ : ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ୍‌ ଲ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିର ଛାତ୍ରୀ ଯମୁନା ମେନନ୍‌ ଏକ ସମାବର୍ତ୍ତନ ଉତ୍ସବରେ ୧୮ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି । ଉତ୍ସବଟି ଅନ୍‌ଲାଇନ୍‌ ଆୟୋଜିତ ହୋଇଥିଲା । ଏ ଅବସରରେ କୃତି ଆଇନ ଛାତ୍ରଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୋଟ୍‌ ୫୪ ପଦକ ପ୍ରଦାନ କରାଯାଇଥିଲା । କେବଳ ଯମୁନା ମୋଟ୍‌ ପଦକର ଏକ ତୃତୀୟାଂଶ ହାସଲ କରିଛନ୍ତି ।

{"id":337081,"sizeSlug":"large"}

ସର୍ବାଧିକ ୧୮ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇ ଯମୁନା ନ୍ୟାସନାଲ ଲ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟି ଇତିହାସରେ ପ୍ରଥମ ଛାତ୍ରୀ ହୋଇଛନ୍ତି । ଅପରାଧିକ ଆଇନ, ସମ୍ପତ୍ତି ଆଇନ, ଚୁକ୍ତି ଆଇନ, ନିର୍ଯାତନା ଆଇନ, ବ୍ୟବସାୟ ଓ କର୍ପୋରେଟ୍‌ ଆଇନ, ସାମ୍ବିଧାନିକ ଆଇନ ଏବଂ ସାର୍ବଜନୀନ ଆଇନ ଆଦି ବିଭିନ୍ନ ବିଷୟରେ କୃତିତ୍ୱ ହାସଲ କରି ଯମୁନା ୧୮ ମେଡାଲ ହାସଲ କରିଛନ୍ତି ।

{"id":337076,"sizeSlug":"large"}

ଇନ୍‌କ୍ରିଜିଙ୍ଗ ଡାଇଭର୍ସିଟି ବାଏ ଇନ୍‌କ୍ରିଜିଙ୍ଗ ଆକ୍ସେସ୍‌ ଟୁ ଲିଗାଲ୍‌ ଏଜୁକେସନ୍‌ରେ ଯମୁନା ଅଧ୍ୟାପନା କରୁଛନ୍ତି । ଏହା ଏକ ଅଣଲାଭକାରୀ ସଂଗଠନ । ପଛୁଆ ବର୍ଗର ପିଲାଙ୍କୁ ଗୁଣାତ୍ମକ ଆଇନ ଶିକ୍ଷା ପ୍ରଦାନ ଏହି ସଂଗଠନର ଲକ୍ଷ୍ୟ । ୨୦୧୦ରେ ଏହା ଆରମ୍ଭ କରାଯାଇଥିଲା । କେରଳ ବାସିନ୍ଦା ଯମୁନା ଏଣ୍ଟ୍ରାସ ପରୀକ୍ଷାରେ ୨୮ତମ ର‌୍ୟାଙ୍କ ରଖି ୨୦୧୫ ମସିହାରେ ନ୍ୟାସନାଲ ଲ ସ୍କୁଲ୍‌ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିରେ ନାମ ଲେଖାଇଥିଲେ ।

{"id":337073,"sizeSlug":"large"}

ଏହି ୟୁନିଭର୍ସିଟିରେ ଆଇନ ଅଧ୍ୟୟନ କରିବା ପାଇଁ ପ୍ରତି ବର୍ଷ ପ୍ରାୟ ୬୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥାନ୍ତି । ୨୪ ବର୍ଷୀୟା ଯମୁନା ଜଣେ ଆଇନ ଲେଖକ ଭାବେ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି । କେମ୍ବ୍ରିଜ ୟୁନିଭର୍ସିଟି ଟ୍ରିନିଟି କଲେଜରେ ସେ ସ୍ନାତକୋତ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.