Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ମାମଲା : ସଂପୃକ୍ତ ଆଇନ ଛାତ୍ରୀ ଗିରଫ

25/09/2019 at 11:06 AM

ଶାହଜାନପୁର ୨୫।୯: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ । ଆଜି ସକାଳେ ଅଭିଯୋଗକାରୀ ଛାତ୍ରୀଙ୍କୁ ଏସଆଇଟି ଗିରଫ କରିଛି। ସାଙ୍ଗମାନଙ୍କ ସହ ମିଶି ସ୍ବାମୀ ଚିନ୍ମୟାନନ୍ଦଙ୍କଠାରୁ ୫କୋଟି ଟଙ୍କା ଦାବି କରିବା ମାମଲାରେ ଛାତ୍ରୀଙ୍କୁ କବଜାକୁ ନେଇଛି ଏସ୍ଆଇଟି । ଛାତ୍ରୀଙ୍କୁ ପୋଲିସ ଜବରଦସ୍ତ ଘରୁ ଭିତରୁ ବାହାରକୁ ଆଣି ସହ ଗିରଫ କରିଛି । କୁହାଯାଉଛି, ଛାତ୍ରୀଙ୍କୁ ଚପଲ ମଧ୍ୟ ପିନ୍ଧିବାକୁ ଫୁରସତ ଦେଇନଥିଲା ଏସଆଇଟି ।

ବ୍ଲାକମେଲ୍ କରି ଟଙ୍କା ମାଗିବା  ମାମଲାରେ ଛାତ୍ରୀଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ଶାହଜାନପୁର କୋର୍ଟରେ ଶୁଣାଣି ହେବାର ଥିଲା । ଯୌନ ଉତ୍ପୀଡନ ନେଇ ଛାତ୍ରୀ ଅଭିଯୋଗ କରିବା ମାଜିଷ୍ଟ୍ରେଟଙ୍କ ସାମ୍ନାରେ ୧୬୪ଧାରାରେ ବୟାନ ରେକର୍ଡ କରାଇଥିଲେ । ଏନେଇ ଏସଆଇଟିକୁ ପ୍ରମାଣ ଦେବା ପରେ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା ।

ଏସଆଇଟି ଯାଞ୍ଚରେ ଛାତ୍ରୀ ଏବଂ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଛାତ୍ରୀ ଏବଂ ସ୍ବାମୀ ଚିନ୍ମୟାନନ୍ଦଙ୍କ ଭିତରେ ୨ଶହ ଥର ଫୋନରେ କଥାବାର୍ତ୍ତା ହୋଇଥିଲା । ତେବେ ଏହି ସମୟରେ ଛାତ୍ରୀ ଏବଂ ତାଙ୍କ ସାଙ୍ଗମାନଙ୍କ ଭିତରେ ୪ହଜାର ୨ଶହ ଥର ଫୋନରେ କଥାବାର୍ତ୍ତା ହୋଇଛି । ଏହାସହ ବ୍ଲାକମେଲ୍ କରି ଟଙ୍କା ମାଗିବା ମାମଲାରେ ଏସଆଇଟି ଅନେକ ତଥ୍ୟ ପ୍ରମାଣ ଯୋଗାଡ କରିଛି । ଗିରଫ ହୋଇଥିବା ଛାତ୍ରୀଙ୍କ ଦୁଇ ସାଙ୍ଗ ମଧ୍ୟ ବ୍ଲାକମେଲ୍ କରି ଟଙ୍କା ମାଗିଥିବା ମାନିଥିବା ଏସଆଇଟି କହିଛି ।

   Related Posts