Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଇନ୍‌ ଛାତ୍ରୀଙ୍କୁ ଧମକ: ‘୫ ଲକ୍ଷ ଟଙ୍କା ନଦେଲେ ପ୍ରେମିକ ସହ ତୁମ ଫଟୋ ପୋଷ୍ଟ କରିଦେବି’

30/01/2021 at 5:13 PM

ଭୋପାଳ ୩୦/୦୧: ବିଜ୍ଞାନର ଅଗ୍ରଗତି ଯେତିକି ହେଉଛି ଲୋକେ ନିଜର ବ୍ୟକ୍ତିଗତ ତଥ୍ୟକୁ ଆଧୁନିକ ଉପାୟରେ ଲୁଚାଇ ରଖିବାକୁ ସେତିକି ପସନ୍ଦ କରୁଛନ୍ତି। ଆଜି କାଲି ସ୍ମାର୍ଟଫୋନ୍‌ରେ ଲୋକେ ବହୁ ଗୋପନୀୟ ତଥ୍ୟ ଲୁଚାଇ ରଖିବାକୁ ପସନ୍ଦ କରୁଛନ୍ତି। ପେନ୍‌ ଡ୍ରାଇଭ୍‌, ମେମୋରି କାର୍ଡ ଆଦିରେ ଫଟୋ ଭିଡିଓ ରୂପେ ନିଜର କିଛି ସ୍ମୃତିକୁ ଲୋକେ ସାଇତି ରଖନ୍ତି । କିନ୍ତୁ ଉପକରଣ ଯେ କେତେବେଳେ ଘାତକ ସାବ୍ୟସ୍ତ ହେବ ତାହା କାହାକୁ ଜଣାନାହିଁ। ସେମିତି ଏକ ପେନ୍‌ ଡ୍ରାଇଭ୍‌ ପାଇଁ ଜଣେ ଆଇନ ଛାତ୍ରୀ ହଟହଟ୍ଟା ହୋଇଥିବା  ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଭୋପାଳର ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁ ମିଳୁଛି ଧମକପୂର୍ଣ୍ଣ କଲ। ଏଥିପାଇଁ ତାଙ୍କର ହଜିଯାଇଥିବା ପେନ୍‌ଡ୍ରାଇଭ ହିଁ ଦାୟୀ। ଛାତ୍ରୀ ଜଣଙ୍କ ନିଜର ବନ୍ଧୁମାନଙ୍କ ସହ ମିଶି ଭୋପାଳରୁ ମଥୁରା ଦେଇ ଦିଲ୍ଲୀ ବୁଲିବାକୁ ଯାଇଥିଲେ। କିନ୍ତୁ ମଥୁରାରେ କୌଣସି ଏକ ସ୍ଥାନରେ ରହିଥିବା ବେଳେ ଯୁବତୀଙ୍କ ବ୍ୟାଗ୍‌ରେ ଥିବା ଏକ ପେନ୍‌ ଡ୍ରାଇଭ୍‌ ହଜିଯାଇଥିଲା। ସେ ଏହାକୁ ହାଲକାରେ ନେଇଥିଲେ। ଏହି ପେନ୍‌ ଡ୍ରାଇଭକୁ କେହି ଜଣେ ଦୁର୍ବୃତ୍ତ ପାଇ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।

ପେନ୍‌ ଡ୍ରାଇଭ୍‌ରୁ ଯୁବତୀଙ୍କ ନମ୍ବର ପାଇ ତାଙ୍କୁ ଧମକପୂର୍ଣ୍ଣ କଲ କରୁଛି ଦୁର୍ବୃତ୍ତ। ୫ ଲକ୍ଷ ଟଙ୍କା ନଦେଲେ ପେନ୍‌ ଡ୍ରାଇଭରେ ଥିବା ପ୍ରେମିକଙ୍କ ପଟୋ ସହ ଯୋଡ଼ି ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଛାଡ଼ିଦେବ ବୋଲି ମଧ୍ୟ ଧମକ ଦେଉଛି। ଏପରିକି ଯୁବତୀଙ୍କ ପ୍ରେମିକଙ୍କ ନମ୍ବର ପାଇ ତାଙ୍କୁ ବି ଟଙ୍କା ମାଗୁଛି ଦୁର୍ବୃତ୍ତ।

ଏଥିରେ ଅତିଷ୍ଠ  ହୋଇ  ଯୁବତୀଙ୍କ ପ୍ରେମିକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏସଏଚଓ ସଞ୍ଜୀବ ଚୋକସିଙ୍କ ଅନୁସାରେ, ଜାନୁଆରୀ ୪ରେ ଅଭିଯୋଗକାରୀ, ତାଙ୍କ ପ୍ରେମିକା ଏବଂ ଅନ୍ୟ କିଛି ବନ୍ଧୁ ବୁଲିବାକୁ ଯାଇଥିଲେ। ମଥୁରା ରାଜପଥ କଡ଼ରେ ଥିବା ହୋଟେଲ ପାଖରେ ଅଟକିଥିଲେ। ସେଠାରେ ସମେସ୍ତ ଟିକିଏ ବିଶ୍ରାମ ନେଇଥିଲେ। କିନ୍ତୁ ସେଠାରୁ ବାହାରିବା ପ​‌ରେ ଯୁବତୀଙ୍କୁ ଆଉ ତାଙ୍କର ପେନ୍‌ ଡ୍ରାଇଭ୍‌ ମିଳିନଥିଲା। ପରେ ଜାନୁଆରୀ ୧୫ରୁ ଯୁବତୀଙ୍କୁ ଧମକପୂର୍ଣ୍ଣ କଲ ଆସିବା ଆରମ୍ଭ ହୋଇଥିଲା। ଅଭିଯୁକ୍ତ ତାଙ୍କୁ  ୫ ଲକ୍ଷ ଟଙ୍କା ମାଗୁଥିବା ମଧ୍ୟ ଏସଏଚଓ କହିଛନ୍ତି। ତେବେ ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ଜଣାପଡ଼ିଛି।    

   Related Posts