ଆଇନ ଛାତ୍ରୀ ରାମାଗିରି ୪,୦୪୨ ଚାଉଳରେ ଲେଖିଲେ ଭଗବତ ଗୀତା, ଶେଷ କରିବାକୁ ଲାଗିଲା ୧୫୦ ଘଣ୍ଟା

Published By : Prameya-News7 Bureau | October 20, 2020 IST

ହାଇଦ୍ରାବାଦ ୨୦/୧୦: ହାଇଦ୍ରାବାଦର ଜଣେ ଆଇନ ଛାତ୍ରୀ ଅଜବ କଳାକୃତି ପ୍ରଦର୍ଶନ କରିଛନ୍ତି। ଯାହା ହୁଏତ ବିଶ୍ବାସ ଲାଗି ନପାରେ। ହେଲେ ଏଭଳି କିଛି କରିବାରେ ସେ ସଫଳତା ହାସଲ କରିଛନ୍ତି। ୪,୦୪୨ ଚାଉଳରେ ଭଗବତ ଗୀତା ଲେଖିଛନ୍ତି ମାଇକ୍ରୋ ଆର୍ଟିଷ୍ଟ ରାମାଗିରି ସ୍ବାରିକା। ନିଜକୁ ସେ ଦେଶର ପ୍ରଥମ ମାଇକ୍ରୋ ଆର୍ଟିଷ୍ଟ ବୋଲି କହନ୍ତି। ତେବେ ତାଙ୍କୁ ଏ କାମ ପୂରା କରିବା ପାଇଁ ୧୫୦ ଘଣ୍ଟା ସମୟ ଲାଗିଛି। ଏବେ ସୁଦ୍ଧା ସେ ଦୁଇ ହଜାରରୁ ଅଧିକ ମାଇକ୍ରୋ ଆର୍ଟଓ୍ବର୍କ ତିଆରି କରିଛନ୍ତି। ସେ ମିଲ୍କ ଆର୍ଟ, ପେପର କାର୍ଭିଂ ଆଦି କାମ ମଧ୍ୟ କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1318307583258578944","type":"rich","providerNameSlug":"twitter","className":""}
https://twitter.com/ANI/status/1318307583258578944
/wp:core-embed/twitter

ଏହା ପୂର୍ବରୁ ରାମାଗିରି କେଶରେ ସମ୍ବିଧାନ ଲେଖି ଥିଲେ। ଯାହା ପାଇଁ ତାଙ୍କୁ ତେଲେଙ୍ଗାନା ରାଜ୍ୟପାଳ ସମ୍ମାନିତ କରିଥିଲେ। ଜାତୀୟ ସ୍ତରରେ ତାଙ୍କ କଳାକୃତି ଆଦୃତି ଲାଭ କରିବାରୁ ସେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବକୁ ଚେଷ୍ଟା ଚଳାଇଛନ୍ତି। ଗୀତ ଓ ଆର୍ଟ ପ୍ରତି ତାଙ୍କର ରୁଚି ରହିଛି। ଚାରି ବର୍ଷ  ହେବ ସେ ଚାଉଳ ଦାନାରେ ଗଣେଶଙ୍କ ଚିତ୍ର ସହ ମାଇକ୍ରୋ ଆର୍ଟ ଆରମ୍ଭ କଲେ। ୨୦୧୯ରେ ରାମାଗିରିଙ୍କୁ ଦିଲ୍ଲୀ ସାଂସ୍କୃତିକ ଅକାଦେମିରୁ ଜାତୀୟ ପୁରସ୍କାର ସମ୍ମାନିତ କରାଯାଇ ଥିଲା ଓ ତାଙ୍କୁ ଭାରତର ପ୍ରଥମ ମାଇକ୍ରୋ ଆର୍ଟିଷ୍ଟ ମାନ୍ୟତା ଦିଆଯାଇ ଥିଲା।

ଏହା ବାଦ୍ ତାଙ୍କୁ ୨୦୧୭ରେ ଇଣ୍ଟନାସନାଲ ଅର୍ଡର ବୁକ ଅଫ୍ ରେକର୍ଡ ଓ ୨୦୧୯ରେ ଦିଲ୍ଲୀ କଲଚରାଲ ଅକାଦେମି ପକ୍ଷରୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା। ଆଇନ ଛାତ୍ରୀ ହୋଇଥିବାରୁ ଆଇନଜ୍ଞ ହେବାରେ ତାଙ୍କର ଇଚ୍ଛା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.