Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଇନର ନିକିତି ଧନୀ ଓ ଗରିବଙ୍କ ପାଇଁ ନୁହେଁ ଅଲଗା, ସମସ୍ତେ ସମାନ

23/07/2021 at 10:17 AM

ନୂଆଦିଲ୍ଲୀ, ୨୩।୦୭ :  ଧନୀ ଓ ଗରିବଙ୍କ ପାଇଁ ଭାରତରେ ସମାନ ଆଇନ । ରାଜନୈତିକ ବ୍ୟକ୍ତି, ଧନୀ ଓ ବଡ ଶିଳ୍ପପତିଙ୍କ ପାଇଁ ଗୋଟିଏ ନ୍ୟାୟ ଓ ଗରିବଙ୍କ ପାଇଁ ଆଉ ଏକ ନ୍ୟାୟ ବ୍ୟବସ୍ଥା ହୋଇପାରିବ ନାହିଁ । ଆଇନ ଆଗରେ ସମସ୍ତେ ସମାନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲାସ୍ତରର କୋର୍ଟଗୁଡିକ ମଧ୍ୟ ନାଗରିକଙ୍କ ବିଶ୍ୱାସ ରକ୍ଷା କରିବା ପାଇଁ କାମ କରିବା ଦରକାର । ନ୍ୟାୟାଧିଶମାନେ ସତ୍ୟର ପକ୍ଷ ନେଲେ ସେମାନଙ୍କୁ ଟାର୍ଗେଟ୍ କରାଯାଏ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନ୍ୟାୟମୂର୍ତ୍ତି ଡିଓ୍ୱାଇ ଚନ୍ଦ୍ରଚୂଡ ଓ ନ୍ୟାୟମୂର୍ତ୍ତି ଏମଆର ଶାହଙ୍କ ନେଇ ଗଠିତ ଖଣ୍ଡପୀଠ ଗୁରୁବାର କଂଗ୍ରେସ ନେତା ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ମାମଲାରେ ଶୁଣାଣି କରିଥିଲେ । ମାମଲାରେ ବିଏସପି ବିଧାୟକଙ୍କ ସ୍ୱାମୀଙ୍କୁ ଦିଆଯାଇଥିବା ଜାମିନକୁ ଖାରଜ କରି କୋର୍ଟ କହିଥିଲେ ଯେ, ସ୍ୱତନ୍ତ୍ର ନ୍ୟାୟବ୍ୟବସ୍ଥା ଗଣତନ୍ତ୍ରକୁ ମଜବୁତ କରେ । ଏହା ଉପରେ କୌଣସି ରାଜନୈତିକ ଚାପ ନପଡିବା ଉଚିତ । ଭାରତରେ ଧନି, ଗରିବଙ୍କ ପାଇଁ ସମାନ ଆଇନ ରହିଛି । ଏହି ସବୁ ଆଇନ ଧନି ଓ ଗରିବଙ୍କ ପାଇଁ ବିନ୍ନ ହୋଇପାରିବ ନାହିଁ । ନ୍ୟାୟପାଳିକା ଉପରେ ନାଗରିକଙ୍କ ବିଶ୍ୱାସ ଅତୁଟ ରଖିବାକୁ ହେଲେ ଜିଲ୍ଲା ନ୍ୟାୟପାଳିକା ଉପରେ ଧ୍ୟାନ ଦେବାକୁ ହେବ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ତଳ କୋର୍ଟ ଅନେକ ବିଷମ ପରିସ୍ଥିତି ମଧ୍ୟରେ କାମ କରୁଛନ୍ତି । ନ୍ୟାୟାଧିଶମାନେ ସଠିକ ମାର୍ଗରେ ରହିଲେ ସେମାନଙ୍କୁ ଟାର୍ଗେଟ୍ କରାଯାଉଛି । ଦୁର୍ବଳ କରିବାକୁ ନିରନ୍ତର ଚେଷ୍ଟା ହେଉଛି । ଜିଲ୍ଲା କୋର୍ଟ ସହ ଚାପ ପକାଇବା ମାନସିକତାରେ ପରିବର୍ତ୍ତନ ଜରୁରୀ । ପ୍ରତ୍ୟେକ ନାଗରିକ ସେ ପୀଡିତ ହେଉ ବା ଅଭିଯୁକ୍ତ ସମସ୍ତେ ସମାଜର ସଦସ୍ୟ ଅଟନ୍ତି । ତଳ କୋର୍ଟ ନିଷ୍ପେସିତଙ୍କ ପ୍ରଥମ ରକ୍ଷା କବଚ ଅଟେ । ଏଥିପାଇଁ ସମସ୍ତ ନ୍ୟାୟାଧିଶଙ୍କ ସ୍ୱତନ୍ତ୍ରତା ଜୁରୁରୀ ଅଟେ । ଏହାସହ କୋର୍ଟ ବିଭିନ୍ନ ରାଜନୈତିକ ଚାପ ଓ ବିଚାରରୁ ମୁକ୍ତ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

   Related Posts