ଏମିତି ବି ଦେଶ ଅଛି ଯେଉଁଠି ଝିଅ ସହ ବିବାହ ଲାଗି ବାପାକୁ ଅନୁମତି ଦିଏ ଆଇନ

Published By : Prameya-News7 Bureau | August 12, 2019 IST

ଦୁନିଆରେ ଏମିତି ନୀତି ନିୟମ ଅଛି ଜାଣିଲେ ତାଜ୍ଜୁବ ଲାଗେ। କିଛି ଏମିତି ବି ଆଇନ ଅଛି ଯାହାକୁ ହଜମ କରିବା ବି କଷ୍ଟକର। ଏଭଳି ନିୟମ କାନୁନ ନିମନ୍ତେ ଦେଶମାନେ ମଧ୍ୟ ସମୟ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ହେଲେ ସାମାଜିକ ପ୍ରଥା ପରମ୍ପରା ଲାଗି ଏଭଳି ନୀତି ନିୟମ ବିରୋଧରେ କେହି ଆପତି ବି କରିନାହାନ୍ତି। ଏମିତି ଏକ ଦେଶ ହେଉଛି ଇରାନ। ଏଠାକାର ସାମାଜିକ ନୀତି ନିୟମ କଥା ଜାଣିଲେ ଆପଣ ସ୍ତବ୍ଦ ହୋଇଯିବେ।

{"id":143740}

ଇରାନ ଏକ ମୌଳବାଦୀ ଇସ୍ଲାମ ରାଷ୍ଟ୍ର। ସରିଆ ନିୟମ ଅନୁସାରେ ଦେଶରେ ଶାସନ ଚାଲେ। ଏଠାରେ କୌଣସି ଅଜଣା ଲୋକ ସହ ମହିଳା ହାତ ମିଳାଇବା ବି ଅପରାଧ ବିବେଚନା କରାଯାଏ। ହେଲେ ଏହି ଦେଶରେ ନିଜ ଝିଅ କୁ ବିବାହ କରିବା ଲାଗି ପିତାକୁ ଅନୁମତି ରହିଛି। କଥାଟା ହୁଏତ ଗଡବଡ ଲାଗିପାରେ। ହେଲେ ଗତ ୨୦୧୩ ମସିହାରେ ଗୃହୀତ ଆଇନରେ ପୌଷ୍ୟ କନ୍ୟାଙ୍କୁ ବିବାହ ଲାଗି ପାଳିତ ପିତାଙ୍କୁ ଅନୁମତି ଦିଆଯାଇଛି। ତେବେ ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରହିଛି। ତାହା ହେଉଛି ଝିଅର ସର୍ବନିମ୍ନ ବୟସ ଯେପରି ୧୩ରୁ କମ ହୋଇ ନଥାଏ।   

{"id":143741}

ଇରାନ ଭଳି ଏକ ସୁଶିକ୍ଷିତ ଦେଶରେ ଏଭଳି ନୀତି ନିୟମ ବାସ୍ତବିକ ଆଶ୍ଟର୍ଯ୍ୟଜନକ। ଦେଶରେ ମହିଳାଙ୍କ ଟାଇଟ୍ ଫିଟିଂ ପୋଷାକକୁ ବିରୋଧ କରୁଥିବା ଦେଶ ପିତାଙ୍କୁ ଝିଅ ସହ ବିବାହ କରିବାର ଅନୁମତି ଦେବାରେ ହୁଏତ ବିଶ୍ୱର ପ୍ରଥମ ଦେଶ ବୋଲି କୁହାଯାଇପାରେ। ତେବେ ନଈକେ ବାଙ୍କ ଦେଶ କେ ଫାଙ୍କ ନ୍ୟାୟରେ ଦେଶର ଏଭଳି ନିୟମ ଥାଇପାରେ ବୋଲି ଆମେ ବିଶ୍ୱାସ କରିବାକୁ ବାଧ୍ୟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.