ଡ୍ରାଗନକୁ ବଡ ଝଟକା: ଚୀନ ଛାଡି ଭାରତ ଆସୁଛି ଏହି ମୋବାଇଲ କମ୍ପାନୀ, ୫ ବର୍ଷରେ ନିବେଶ କରିବ ୮୦୦ କୋଟି

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: ମୋବାଇଲ ଉପକରଣ ନିର୍ମାତାକାରୀ ଘରୋଇ କମ୍ପାନୀ ଲାଭା ଚୀନକୁ ବଡ ଝଟକା ଦେଇଛି। କମ୍ପାନୀ ଚୀନ ଛାଡି ଭାରତରେ ନିଜର ୟୁନିଟ୍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଭାରତରେ ନିକଟରେ ପରିବର୍ତ୍ତନ ହୋଇଥିବା ନୀତିଗତ ପରିବର୍ତ୍ତନ ପରେ କମ୍ପାନୀ ଏହି ପଦକ୍ଷେପ ନେବାକୁ ନିର୍ଣ୍ଣୟ ନେଇଛି। କମ୍ପାନୀର ସିଏମଡି କହିଛି, ତାଙ୍କର ସ୍ଵପ୍ନ ଚୀନ ଭାରତଠୁ ମୋବାଇଲ ଆମଦାନୀ କରୁ। କମ୍ପାନୀ ନିଜର ମୋବାଇଲ ଫୋନର ବିକାଶ ଓ ମ୍ୟାନୁଫେଚକରର ପରିଚାଳନାକୁ ବଢାଇବା ଲାଗି ଆଗାମୀ ପାଞ୍ଚ ବର୍ଷରେ ୮୦୦ କୋଟି ଟଙ୍କା  ନିବେଶ କରିବାକୁ ଯୋଜନା କରିଛି।

ଲାଭା ଇଣ୍ଟରନ୍ୟାସନାଲର ସଭାପତି ତଥା ପ୍ରବନ୍ଧ ନିର୍ଦ୍ଦେଶକ ହରି ଓମ ରାୟ କହିଛନ୍ତି,  ଉତ୍ପାଦନ ଡିଜାଇନ କ୍ଷେତ୍ରରେ ଚୀନରେ ଆମର ଅତି କମରେ ୬୦୦ରୁ ୬୫୦ କର୍ମଚାରୀ ଅଛନ୍ତି। ଆମେ ଏବେ ଡିଜାଇନିଙ୍ଗର କାମ ଭାରତରେ ସ୍ଥାନାନ୍ତର କରିଛୁ। ଭାରତରେ ଆମର ବିକ୍ରି ଆବଶ୍ୟକତାକୁ ସ୍ଥାନୀୟ  କାରଖାନା ଦ୍ଵାରା ପୂରା କରାଯାଇଛି।

ରାୟ କହିଛନ୍ତି, ମୋର ସ୍ଵପ୍ନ ଭାରତ ଚୀନକୁ ମୋବାଇଲ ଉପକରଣ ରପ୍ତାନୀ କରୁ। ଭାରତୀୟ କମ୍ପାନୀ ପୂର୍ବରୁ ମୋବାଇଲ ଚାର୍ଜର ଚୀନକୁ ରପ୍ତାନୀ କରୁଛନ୍ତି। ଉତ୍ପାଦନ ସମ୍ବନ୍ଧିତ ପ୍ରୋତ୍ସାହନ ଯୋଜନାରେ ଆମ ସ୍ଥିତିରେ ସୁଧାର ଆସିବ। ଏଥିପାଇଁ ଏବେ ପୂରା କାରବାର ଭାରତରେ ହିଁ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.