ସ୍ୱାଧିନତା ଦିବସରେ ସ୍ୱତନ୍ତ୍ର ହ୍ୟାଣ୍ଡସେଟ୍ ଲଞ୍ଚ୍ କରିବ ଲାଭା, ତ୍ରିରଙ୍ଗା ଚିତ୍ର ସହ ଲେଖା ରହିଛି 'ପ୍ରାଉଡଲୀ ଇଣ୍ଡିଆନ୍'

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ, ୧୦|୦୮: ଭାରତୀୟ ସ୍ମାର୍ଟଫୋନ ନିର୍ମାତା ଲାଭା ଜେଡ୍ ୬୧ ପ୍ରୋ, ଏ୫ ଓ ଏ୯ର ସ୍ୱେଶାଲ୍ ଏଡିସନ୍ ଲଞ୍ଚ୍ କରିବ । ଏହି ତିନୋଟି ସ୍ମାର୍ଟଫୋନ କମ୍ପାନୀ ଦ୍ୱାରା ସ୍ୱାଧିନତା ଦିବସରେ ବଜାରରେ ଲଞ୍ଚ୍ କରାଯିବ ।

ଏହି ସ୍ପେଶାଲ ଭାରିଆଣ୍ଟ୍ ଲିମିଟେଡ୍ ରହିବ । ଏହାର କିଛି ମଡେଲପଛରେ ଭାରତୀୟ ଜାତୀୟ ପତାକାର ଚିତ୍ର ରହିଛି । ଏହାସହ ଫୋନ୍ ପଛରେ ପ୍ରାଉଡଲୀ ଇଣ୍ଡିଆନ୍ ବୋଲି ଲେଖାଯାଇଛି । ଏହି ସ୍ମୋର୍ଟଫୋନକୁ କମ୍ପାନୀ ଜୁଲାଇରେ ଲଞ୍ଚ୍ କରିଥିଲା ।ଏବେ ଏହାର ସ୍ପେଶାଲ ଭାରିଏଣ୍ଟ ଲଞ୍ଚ ହେବ ।

ଲାଭା ଜେଡ୍ ୬୧ ପ୍ରୋର ଦାମ୍ ୫୭୭୭ ଟଙ୍କା । ଏହାର ଏକ ମାତ୍ର ଭାରିଏଣ୍ଟ ଅଛି । ଏଥିରେ ୨ ଜିବି ରାମ୍ ରହିଛି  । ଏହାସହ ୧୬ ଜିବି ଇନବିଲ୍ଟ ମେମୋରୀ ମଧ୍ୟ ରହିଛି । ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ମେମୋରୀ ବୃଦ୍ଧି ମଧ୍ୟ କରିହେବ । ଏହା ସ୍ୟାମ୍ପେନ୍ ଗୋଲଡେନ୍ କଲରରେ ଉପଲବ୍ଧ । ଏହା ପଛରେ ପ୍ରାଉଡଲୀ ଇଣ୍ଡିଆନ୍ ଲେଖାଯାଇଛି । ଏହି ଫୋନରେ ୫.୪୫ ଇଞ୍ଚ ଡିସପ୍ଲେ ରହିଛି । ଏହାସହ ୮ ମେଗା ପିକ୍ସଲ୍ କ୍ୟାମେରା ଓ ୩୧୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି ।

ସେହିପରି ଲାଭା ଏ୯ ଓ ଏ୫ ପଛରେ ତ୍ରିରଙ୍ଗାର ଚିତ୍ର ରହିଛି । ଏ୫ରେ ୧୦୦୦ ଏମଏଚ ବ୍ୟାଟେରୀ, ୦.୩ ଏମପି କ୍ୟାମେରା ରହିଛି । ଏହାର ଦାମ୍ ରହିଛି  ୧୩୩୩ ଟଙ୍କା । ସେହିପରି  ଏ୯ରେ ୪ ଜିବି ରାମ୍ ରହିଛି । ଏହାକୁ ୧୫୭୪ ଟଙ୍କାରେ କିଣିହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.