Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ,ଏତିକି ଟଙ୍କାରେ ଲାଭା’ ଲଞ୍ଚ କଲା ୩ଜିବି ରାମ୍‌ ୩୨ଜିବି ରମ୍‌ ସହ ପଛପଟେ ଡୁଆଲ୍‌ କ୍ୟାମେରା ଥିବା ଫୋନ୍‌

ନୂଆଦିଲ୍ଲୀ – ଗୁରୁବାରରେ ଲାଭା ଏକ ନୂଆ ଫୋନ୍‌କୁ ବଜାର ପ୍ରବେଶ କରାଇଛି । ଲାଭା ଜେଡ୍‌ ୯୩ ମଡେଲ୍‌ର ଏହି ଫୋନ୍‌ର ମୂଲ୍ୟ ୭,୯୯୯ ଟଙ୍କା ରଖାଯାଇଛି । ଏହିଫୋନ୍‌ର ବିଶେଷତ୍ୱ ହେଉଛି ଏହା ସ୍ମାର୍ଟ ଓ ଗେମିଂ ମୋଡ୍‌ରେ ରହିପାରିବ । ଏଥିରେ ହେଭି ଗେମିଂର ଗ୍ରାଫିକ୍ସ ଆକ୍ସିଲେରେସନ୍‌ ରଖାଯାଇଛି ।

ଗେମ୍ ଖେଳିବା ପାଇଁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ବଜେଟ୍‌ ସ୍ମାର୍ଟ ଫୋନ୍‌କୁ ତିଆରି କରାଯାଇଛି । ଏଥିପାଇଁ କମ୍ପାନୀ ଗେମ୍‌ଲୋଫ୍ଟ ସହ ଚୁକ୍ତି କରିଛି ।

ଗେମ୍‌ ଖେଳିବା ବେଳେ ଏହା ହ୍ୟାଙ୍ଗ ହେବ ନାହି ବୋଲି ଲାଭାର ଉତ୍ପାଦ ପ୍ରମୁଖ ତେଜିନ୍ଦର ସିଂ କହିଛନ୍ତି ।

ଏହି ଫୋନ୍‌ ୬.୨୨ ଇଞ୍ଚ ବିଶିଷ୍ଟ , ଏଚ୍‌ଡି ଡିଉ ଡ୍ରପ ନୋଚ୍‌ ଡିସ୍‌ପ୍ଲେ

ଏଥିରେ ହେଲିଓ ୨୨ ପ୍ରୋସେସର ରହିଛି ।

ଏହାର ଦ୍ରୁତ ତମ କ୍ଲକସ୍ପିଡ୍‌ ୨.୦ଜିଏଚ୍‌।

୩ଜିବି ରାମ୍ ସହ ୩୨ ଜିବି ରମ୍‌ ରହିଛି ।

ଅଲଗା ଏସ୍‌ଡି କାର୍ଡ ପକାଇ ପାରିବେ ।

ଏହାର ପଛପାଖରେ ଡୁଆଲ୍‌ କ୍ୟାମେରା ରହିଛି ।

 ଗୋଟିଏ ୧୩ ମେଗାପିକ୍ସେଲ ଓ ଅନ୍ୟଟି ୨ ମେଗା ପିକ୍ସେଲ ବିଶିଷ୍ଟ।

ଆଗପଟର ସେଲଫି କ୍ୟାମେରା ୮ ମେଗା ପିକ୍ସେଲ ବିଶିଷ୍ଟ

ଏଥିରେ ଆଣ୍ଟ୍ରଏଡ୍‌୯.୦ ପାଇ ଭର୍ସନ ର ଓଏସ୍‌ ରହିଛି ।

ଏହା ଫାଷ୍ଟ ଚାର୍ଜିଂ ସହ ୩୫୦୦ ଏମ୍‌ଏଚ୍‌ ବ୍ୟାଟେରୀ ରହିଛି ।

   Related Posts