Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଲାଭା ଉଦଗୀରଣ, ଆକାଶ ସାରା ଭୟଙ୍କର ନିଆଁ ଓ ଧୂଆଁ : ଦକ୍ଷିଣ କାରବିଆନରେ ଭୟାବହ ସ୍ଥିତିକୁ ଦେଖି ହଜାର ହଜାର ଲୋକଙ୍କୁ ଘର ଛାଡି ପଳାଇବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ

10/04/2021 at 2:22 PM

ସେଣ୍ଟ୍ ଭିନସେଣ୍ଟ୍, ୧୦/୦୪: ଦକ୍ଷିଣ କାରବିଆନରେ ଥିବା ସେଣ୍ଟ୍ ଭିନସେଣ୍ଟ୍ ଦ୍ପୀପରେ ଦଶନ୍ଧି ଦଶନ୍ଧି ଧରି ନିଷ୍କ୍ରିୟ ହୋଇ ରହିଥିବା ଏକ ଆଗ୍ନେୟଗିରି ବା ଲାଭା ଉଦଗୀରଣ ହୋଇଛି । ଶୁକ୍ରବାର ହୋଇଥିବା ଏହି ଉଦଗୀରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ପାଉଁଶ ବର୍ଷା ହୋଇଥିଲା । ଭୟରେ ସ୍ଥାନୀୟ ଲୋକେ ଅନ୍ୟତ୍ର ପଳାଇଥିଲେ । ସରକାରଙ୍କ ତରଫରୁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ସେଣ୍ଟ୍ ଭିନସେଣ୍ଟ୍ ଓ ଦି ଗ୍ରେନେଡାଇନ୍ସରେ ଥିବା ସବୁଠାରୁ ଉଚ୍ଚ ପର୍ବତ ଶିଖର କୁହାଯାଉଥିବା ଲୋ ସାଫରିଅରରେ ପୂର୍ବରୁ ଅନେକ ଛୋଟ ବଡ ଆଗ୍ନେୟ ଉଦଗୀରଣ ହୋଇଛି । ତେବେ ଶୁକ୍ରବାର ହୋଇଥିବା ଉଦଗୀରଣରେ ଏତେ ଶକ୍ତିଶାଳୀ ଥିଲା ଯେ, ଆକାଶର ୬୦୦୦ ମିଟର ଯାଏଁ ଧୂଆଁମୟ ହୋଇଯାଇଛି । ଏନେଇ ସ୍ଥାନୀୟ ଜରୁରୀକାଳିନ ବିଭାଗ ପକ୍ଷରୁ ଦିଆଯାଇଛି । ୟୁନିଭର୍ସିଟି ଅଫ୍ ଓ୍ୱେଷ୍ଟ୍ ସିଜାମିକ୍ ରିସର୍ଚ୍ଚ ସେଣ୍ଟର କହିଛି ଯେ, ଶୁକ୍ରବାର ହୋଇଥିବା ଉଦଗୀରଣ ପ୍ରଭାବରେ ଆକାଶରେ ୪ ହଜାର ମିଟର ବ୍ୟାପି ପାଉଁଶର ବାଦଲ ଜମିଯାଇଛି ।

ନ୍ୟାସନାଲ୍ ଏମରଜେନ୍ସି ମ୍ୟାନେଜମେଣ୍ଟ୍ ଅର୍ଗାନାଇଜେସନ୍ ଟ୍ୱିଟରରେ କହିଛି ଯେ, ରେଡ୍ ଓ ଅରେଞ୍ଚ୍ ଜୋନରେ ଥିବା ଲୋଲଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଅଧିକ ପାଉଁଶ ଥିବାରୁ ଉଦ୍ଧାର ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏଠାକାର ଦୃଶ୍ୟ ଅତ୍ୟନ୍ତ ଖରାପ ରହିଛି । ମାମଲା ସହ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକମାନେ ନିଜର ଜନିଷପତ୍ର ଧରି ଘରୁ ବାହାରକୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି । ଆଉ ଏକ ଭିଡିଓରେ ଜଣେ ଯୁବକ ଲୋକଙ୍କ ଘର ଉପରେ ପଥର ପଡୁଥିବା କହୁଛନ୍ତି ।

ପ୍ରଧାନମନ୍ତ୍ରୀ ରାଲଫ୍ ଗୋଞ୍ଜାଲଓ୍ୱେସ୍ ନ୍ୟାସନାଲ କେଡିଓ ଜରିଆରେ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ଅପିଲ କରିଛନ୍ତି । ସେ ଲୋକଙ୍କୁ ରେଡ୍ ଜୋନ୍ ଛାଡିବାକୁ କହିଛନ୍ତି । ଲୋକଙ୍କ ରହଣି ପାଇଁ ୮୦୦ ହୋଟେଲରେ ବ୍ୟବସ୍ଥା କରାଯାଇଛି । ୪୦୪୯ ଫୁଟର ଏହି ଜ୍ୱାଳାମୁଖି ୧୯୭୯ ପରେ ବିସ୍ଫୋରଣ ହୋଇନଥିଲା । ୧୯୦୨ରେ ହୋଇଥିବା ବିସ୍ଫୋରଣରେ ୧ ହଜାରରୁ ଅଧିକ ଲୋକ ଜୀବନ ହାରିଥିଲେ ।

   Related Posts