ଦୈନିକ ଜଣାଉଥିଲେ ଦେଶର କରୋନା ପରିସ୍ଥିତି, ଏବେ ଅଧିକାରୀ ନିଜେ Covid-19 ପଜିଟିଭ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୮: ଦେଶରେ କରୋନା ସଂକ୍ରମଣଠାରୁ ଏପର୍ଯ୍ୟନ୍ତ ପ୍ରତ୍ୟହ ପରିସ୍ଥିତି ନେଇ ଦେଶବାସୀଙ୍କୁ ସୂଚିତ କରି ଆସୁଥିବା ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲଭ ଅଗ୍ରୱାଲ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଥିବା ବେଳେ ଗାଇଡଲାଇନ ଅନୁସାରେ ହୋମ ଆଇସୋଲେସନରେ ଥିବା ଉଲ୍ଲେଖ କରିଛନ୍ତି।

{"id":314732,"sizeSlug":"large"}

ଦେଶରେ ୨୫ ମାର୍ଚ୍ଚରୁ ଲକଡାଉନ୍‌ ଜାରି ହୋଇଥିଲା। ସେବେଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ ଅଗ୍ରୱାଲ ପ୍ରତିଦିନ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଦେଶର କରୋନା ପରିସ୍ଥିତି ନେଇ ଅଧିକାରୀକ ସୂଚନା ପ୍ରଦାନ କରିଆସୁଥିଲେ। ହେଲେ ସେ ଏବେ ନିଜେ ଭୂତାଣୁ ସଂକ୍ରମିତ ହୋଇଛନ୍ତି।  ଏ ନେଇ ସେ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିବା ସହ ସାଥୀ କର୍ମଚାରୀଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଲାଗି ସତର୍କ କରାଇ ଦେଇଛନ୍ତି।

wp:html /wp:html

ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କ୍ୱାରେଣ୍ଟାଇନ କରାଯିବ। ତେବେ ମିଳୁଥିବା ସୂଚନାରୁ ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଓ ବିଭାଗୀୟ ସଚିବ ଗୋଟିଏ କାରକୁ ସେୟାର କରୁଥିଲେ। ଗତ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ଏକ ବୈଠକ ହୋଇଥିଲା। ଏଥିରେ ନୀତି ଆୟୋଗର ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।  ଏଣୁ ଏବେ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସମସ୍ତ ଅଧିକାରୀ କ୍ୱାରେଣ୍ଟାଇନକୁ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

{"id":314733,"sizeSlug":"large"}

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଏକ ବୟାନରେ ଦେଶରେ କୋଭିଡ-୧୯ ଆକ୍ରାନ୍ତ ଲୋକଙ୍କ ସୁସ୍ଥତା ହାର ସର୍ବାଧିକ ଓ ସେହି ଅନୁସାରେ ମୃତ୍ୟୁହାର ମଧ୍ୟ ସବୁଠୁ କମ୍‌। ରାଜଧାନୀ ଦିଲ୍ଲୀ ଚିକିତ୍ସକ ସଂଘ (ଡିଏମଏ)ର ୧୦୬ ତମ ସ୍ଥାପନା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଭର୍ଚୁଆଲ ସମ୍ବୋଧିତ କରି ସେ ଏହି ସୂଚନା ଦେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.