ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରି ବିଜ୍ଞାପନର ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

Published By : Prameya-News7 Bureau | October 21, 2020 IST

ଭୁବନେଶ୍ୱର୨୧/୧୦: ଭୁବନେଶ୍ୱରରେ ଅବସ୍ଥିତ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ଦ୍ୱାରା ପ୍ରକାଶିତ ରାଜ୍ୟର ଶିଳ୍ପାନୁଷ୍ଠାନଙ୍କ ତଥ୍ୟ ସମ୍ବଳିତ ଏକମାତ୍ର  ଡିରେକ୍ଟୋରି  ‘ଆମ ସମୟର ଶିଳ୍ପ’ ଅକ୍ଟୋବର ୨୧ ତାରିଖରେ ଉନ୍ମୋଚିତ ହୋଇଛି । ଏହି ଉପଲକ୍ଷେ ସ୍ଥାନୀୟ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ (ୟୁସିସିଆଇ) ପରିସରରେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ମାନି ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୌଣସି ଆନୁଷ୍ଠାନିକ ସଭା କିମ୍ବା ଭାଷଣର ଅବକାଶ ନଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତିମାନେ ଉପସ୍ଥିତ ରହି କେବଳ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ ।

wp:html /wp:html

ଏହି କାର୍ଯ୍ୟକ୍ରମରେ ୟୁସିସିଆଇ ସଭାପତି ରମେଶ ମହାପାତ୍ର, ଏମଏସଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡର ପୂର୍ବତନ ଏମଡି ସଞ୍ଜୟ ପଟ୍ଟନାୟକ, ନୀଳାଚଳ ଇସ୍ପାତର ପୂର୍ବତନ ଏମଡି ଶଶୀଶେଖର ମହାନ୍ତି, ଓଡ଼ିଶା କ୍ଷୁଦ୍ରଶିଳ୍ପ ସଂଗଠନ ସଭାପତି ସ୍ମରଜିତ ମହାନ୍ତି, ଦେନା ବ୍ୟାଙ୍କର ପୂର୍ବତନ ଡିଜିଏମ ଗୁରୁ ପ୍ରସାଦ ମହାନ୍ତି, ବି- ୱାନ୍ ବିଜିନେସ ହାଉସ (ପି.) ଲିମିଟେଡର କମର୍ସିଆଲ ଡାଇରେକ୍ଟର ରାଜେନ ପାଢ଼ୀ, ୟୁସିସିଆଇର ପୂର୍ବତନ ଉପସଭାପତି ବ୍ରହ୍ମାନନ୍ଦ ମିଶ୍ର, ପଲିଟିକାଲ ଆଣ୍ଡ ବିଜିନେସ ଡେଲିର ସମ୍ପାଦକ ବିଜୟ କେତନ ମିଶ୍ର, ଓଡ଼ିଶା ଲାଇଭ ସିଇଓ ନୀଳାମ୍ବର ରଥ ତଥା ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି, ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି, ପ୍ରକାଶିକା ରଶ୍ମିତା ମହାପାତ୍ର, ସଂପାଦକ ଦିଲୀପ ମିଶ୍ର ଏବଂ ବ୍ୟାବସାୟିକ ପରିଚାଳକ ସର୍ବେଶ୍ୱର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ମଧୁସ୍ମିତା ପଲେଇ, ଲକ୍ଷ୍ମୀପ୍ରିୟା ରାୟ ଏବଂ ସସ୍ମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

{"id":348535,"sizeSlug":"large"}

ସୂଚନାଯୋଗ୍ୟ ଯେ, ‘ଆମ ସମୟର ଶିଳ୍ପ’ରେ ରାଜ୍ୟରେ ଉତ୍ପାଦନ କରୁଥିବା ସମସ୍ତ ଶିଳ୍ପସଂସ୍ଥା ସମେତ ୭୦୦୦ରୁ ଅଧିକ ଶିଳ୍ପସଂସ୍ଥା ସଂପର୍କରେ ତଥ୍ୟ ରହିଛି । ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ପୁସ୍ତକଗୁଡ଼ିକ ଉପଲବ୍ଧ ହେଉଛି । ପାଠକମାନେ ଦୀପକ ନାୟକଙ୍କ ସହିତ ମୋବାଇଲ ନଂ୯୪୩୭୯୨୭୩୪୭ରେ ଯୋଗାଯୋଗ କରି ପୁସ୍ତକ କ୍ରୟ କରିପାରିବେ । ‘ବିଜ୍ଞାପନ’ ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରକାଶ ପାଇ ଆସୁଛି ‘ହେଲ୍‌ଥଲାଇନ’, ‘ଏ ମିରର ଅଫ୍ ଫାଇନାନ୍‌ସିଆଲ ଇନ୍‌ଷ୍ଟିଚ୍ୟୁସନ୍ସ ଆଣ୍ଡ ବ୍ୟାଙ୍କସ୍ ଇନ୍ ଓଡ଼ିଶା’, ‘ଓଡ଼ିଶା ରାଜନୀତି’, ‘ଆମ ସମୟର ଶିଳ୍ପ’ ଏବଂ ‘ବିଜ୍ଞାପନ୍‌ସ୍ କ୍ୟାରିୟର ଗାଇଡ୍‌’ । ଏହାଛଡ଼ା ‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’, ‘ଫୁଡ୍ ଇଣ୍ଡଷ୍ଟ୍ରିଜ ଇନ୍ ଓଡ଼ିଶା’ ଏବଂ ‘ଅଟୋ ଗ୍ଲାମର’ ନାମରେ ତିନିଟି ଡିରେକ୍ଟୋରି ମଧ୍ୟ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.