ଘନ କୁହୁଡି ଯୋଗୁଁ ସମୁଦ୍ର ମଝିରେ ଫସିଲା ଲଞ୍ଚ୍
17/01/2020 at 9:56 AM

ପଟ୍ଟାମୁଣ୍ଡାଇ ୧୭।୧: ସମୁଦ୍ର ମଝିରେ ଫସିଲା ଲଞ୍ଚ । ଘନ କୁହୁଡି ଯୋଗୁଁ ସମୁଦ୍ର ମଝିରେ ଏମଏଲ ଗଙ୍ଗା ନାମକ ଲଞ୍ଚ ଫସି ରହିଥିବା ସୂଚନା ମିଳିଛି । ତାଳଚୁଆରୁ ଚାନ୍ଦବାଲି ଯାଉଥିଲା ମୋଟର ଲଞ୍ଚ । ଲଞ୍ଚରେ ୩୦ ଯାତ୍ରୀ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ୬ଟା ୩୦ରୁ ରାଜନଗରର ତାଳଚୁଆରୁ ବାହାରି ସରକାରୀ ଲଞ୍ଚ ଏମଏଲ ଗଙ୍ଗା ଚାନ୍ଦବାଲି ଅଭିମୁଖେ ଯାଉଥିଲା । ତେବେ ବାମ ପଟରେ ଯିବା ପରିବର୍ତ୍ତେ ଘନ କୁହୁଡି ଯୋଗୁ ରାସ୍ତା ଜାଣି ନପାରି ଡାହାଣ ପାର୍ଶ୍ଵରେ ଯିବା ଫଳରେ ସମୁଦ୍ରକୁ ଚାଲିଯାଇଥିଲା ।

ଫଳରେ ଏମଏଲ ଗଙ୍ଗା ମଝି ସମୁଦ୍ରରେ ଫସି ରହିଥିବା ସୂଚନା ମିଳିଛି । ତେବେ ଲଞ୍ଚରେ ପାଖାପାଖି ୩୦ରୁ ଅଧିକ ଯାତ୍ରୀ ଥିଲେ । ତେବେ କିଭଳି ଲଞ୍ଚକୁ ସୁରକ୍ଷିତ ଭାବେ କୂଳକୁ ଆଣିବ ପ୍ରଶାସନ ସେନେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021