ସ୍ପେସ୍ ଏକ୍ସ ମହାକାଶ ଯାନ ଉତକ୍ଷେପଣରେ ଖରାପ ପାଗ ସାଜିଲା ବାଧକ, ଉଡାଣର କିଛି ମିନିଟ୍ ପୂର୍ବରୁ ମିଶନ୍ ସ୍ଥଗିତ

Published By : Prameya-News7 Bureau | May 28, 2020 IST

ଓ୍ବାଶିଂଟନ୍ ୨୮।୫: ଆମେରିକାର ସ୍ପେସ୍ ଏକ୍ସ ମାନବ ମହାକାଶ ମିଶନରେ ଖରାପ ପାଗ ସାଜିଲା ବାଧକ । ଉତକ୍ଷେପଣର କିଛି ମିନିଟ୍ ପୂର୍ବରୁ ମାନବ ମହାକାଶ ମିଶନକୁ ବନ୍ଦ କରିବାକୁ ପଡିଲା । ବାସ୍ତବରେ ସ୍ପେସ୍ ଏକ୍ସର ଏକ ରକେଟ୍ ନାସା ପାଇଲଟ୍ ଡଗ୍ ହର୍ଲି ଏବଂ ବବ୍ ବେନକେନ୍‌ଙ୍କ ସହ ଡ୍ରାଗନ୍ କ୍ୟାପସୁଲ୍ କୁ ନେଇ ଆଜି ସକାଳେ କେନେଡି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଉଡାଣ ଭରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ତାହା ହୋଇପାରିଲାନାହିଁ ।

ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୪ଟା ୩୦ମିନିଟ୍ ରେ ଏହାର ଉତକ୍ଷେପଣ ହେବାର ଥିଲା । କିନ୍ତୁ ବର୍ଷା ଓ ଝଡ ଯୋଗୁଁ ଏହା ହୋଇପାରିଲା ନାହିଁ । ଏହାକୁ ବର୍ତ୍ତମାନ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ଏବଂ ଶନିବାର ସକାଳେ ପୁନର୍ବାର ଉତକ୍ଷେପଣ ପାଇଁ ପ୍ରୟାସ କରାଯିବ । ଗତ ଦଶନ୍ଧିରେ ପ୍ରଥମ ଥର ପାଇଁ ଫ୍ଲୋରିଡାରୁ ମହାକାଶଚାରୀମାନେ ଉଡାଣ ଭରିବେ ।

ଯଦି ଆଜି ଏହାର ସଫଳ ଉତକ୍ଷେପଣ ହୋଇଥାନ୍ତା, ସ୍ପେସ୍ ଏକ୍ସ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଥିବା ପ୍ରଥମ ଘରୋଇ କମ୍ପାନୀ ହୋଇଥାନ୍ତା । ଏହା କେବଳ ଋଷ, ଆମେରିକା ଏବଂ ଚୀନ୍ ଏପର୍ଯ୍ୟନ୍ତ କରିପାରିଛନ୍ତି । ତେବେ ଶନିବାର ଦିନ ଦ୍ବିତୀୟ ଥର ପୁଣି ଉତକ୍ଷେପଣ ଉଦ୍ୟମ କରାଯିବ ।

ଏହା ପ୍ରଥମ ଘରୋଇ କମ୍ପାନୀ ଯିଏ ସରକାରଙ୍କ ବଦଳରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ । କେନେଡି ସ୍ପେସ୍ ସେଣ୍ଟରକୁ ନାସା ପ୍ରଶାସକ ଜିମ ବ୍ରିଡେନଷ୍ଟାଇନ କହିଛନ୍ତି ଯେ, ମହାକାଶ ଏଜେନ୍ସି ଏବଂ ସ୍ପେସ୍ ଏକ୍ସ ଏହି ଉଦକ୍ଷେପଣ ସହ ଜଡିତ ସମସ୍ତଙ୍କୁ କହିଛନ୍ତି ଯେତେବେଳେ ବି କୌଣସି ଚିନ୍ତା କିମ୍ବା ସମସ୍ୟା ଦେଖାଦିଏ ସେମାନେ ସେହି ସମୟରେ କାଉଣ୍ଟଡାଉନ୍ ବନ୍ଦ କରିପାରିବେ ।

ବ୍ରିଡେନଷ୍ଟାଇନ୍ କହିଛନ୍ତି ଯେ, ମହାକାଶଚାରୀଙ୍କ ସୁରକ୍ଷା ସର୍ବାଧିକ ।ବ୍ରିଡେନଷ୍ଟାଇନ୍ କହିଛନ୍ତି ଯେ, ସେ ସୋମବାର ଉଭୟ ମହାକାଶଚାରୀଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି ଏବଂ ପଚାରିଛନ୍ତି, “ଯଦି ଆପଣ ଚାହାଁନ୍ତି ଯେ ମୁଁ କୌଣସି କାରଣରୁ ଏହାକୁ ବନ୍ଦ କରିଦେବି, ତେବେ ଆପଣ କୁହନ୍ତୁ । ମୁଁ ଏହାକୁ ଏକ ମୁହୂର୍ତ୍ତରେ ବନ୍ଦ କରିଦେବି ।”

ମହାକାଶଚାରୀମାନେ କହିଛନ୍ତି ଯେ, ଆମେ ଏହି ଯାତ୍ରା ପାଇଁ ପ୍ରସ୍ତୁତ । ସୂଚନାଯୋଗ୍ୟ ଯେ, ସ୍ଥାନୀୟ ସମୟ ମଙ୍ଗଳବାର ଦିନ ପାଗରେ ୬୦ ପ୍ରତିଶତ ଉନ୍ନତି ଘଟିଥିଲା ​​କିନ୍ତୁ ସେତେବେଳେ ମଧ୍ୟ ଏହା ଅନୁକୂଳ ନଥିଲା । ସ୍ପେସ୍ ଏକ୍ସକୁ ଆମେରିକା, କାନାଡା ଏବଂ ଉତ୍ତର ଆଟଲାଣ୍ଟିକ୍ ଠାରୁ ଆୟର୍ଲାଣ୍ଡ ପର୍ଯ୍ୟନ୍ତ ସମୁଦ୍ରରେ ଶାନ୍ତ ତରଙ୍ଗ ଏବଂ ଶାନ୍ତ ବାୟୁ ଆବଶ୍ୟକ କରେ ଯଦି ଜରୁରୀକାଳୀନ ପରିସ୍ଥିତି ଅବତରଣ କରିବାକୁ ପଡେ ତେବେ କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.