ଠାବ ହେଲା ଫସିଥିବା ଲଞ୍ଚ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

Published By : Prameya-News7 Bureau | January 17, 2020 IST

ପଟ୍ଟାମୁଣ୍ଡାଇ ୧୭।୧: ଠାବ ହେଲା ଫସିଥିବା ସରକାରୀ ଲଞ୍ଚ ଏମଏଲ ଗଙ୍ଗା । ବୋଟକୁ ଠାବ କଲା ତାଳଚୁଆ ମେରାଇନ ପୋଲିସ । ସ୍ପିଡ୍ ବୋଟ୍ ସାହାଯ୍ୟରେ ସମୁଦ୍ର ଗର୍ଭକୁ ଯାଇ ଜିପିଆରଏସ ମାଧ୍ୟମରେ ଖୋଜି ପାଇଲା ପୋଲିସ । ଲଞ୍ଚରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ଧାମରା ମୁହାଁଣକୁ ଅଣାଯାଉଥିବା ସୂଚନା ମିଳିଛି ।

{"id":212419,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳ ୬ଟା ୩୦ରୁ ରାଜନଗରର ତାଳଚୁଆରୁ ବାହାରି ସରକାରୀ ଲଞ୍ଚ ଏମଏଲ ଗଙ୍ଗା ଚାନ୍ଦବାଲି ଅଭିମୁଖେ ଯାଉଥିଲା । ତେବେ ବାମ ପଟରେ ଯିବା ପରିବର୍ତ୍ତେ ଘନ କୁହୁଡି ଯୋଗୁ ରାସ୍ତା ଜାଣି ନପାରି ଡାହାଣ ପାର୍ଶ୍ଵରେ ଯିବା ଫଳରେ ସମୁଦ୍ରକୁ ଚାଲିଯାଇଥିଲା ।

{"id":212305,"sizeSlug":"large"}

ଫଳରେ ଏମଏଲ ଗଙ୍ଗା ମଝି ସମୁଦ୍ରରେ ଫସି ଯାଇଥିଲା । ଲଞ୍ଚରେ ପାଖାପାଖି ୩୦ରୁ ଅଧିକ ଯାତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.