Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ: ଛାତ୍ରଛାତ୍ରୀ ପାଇପାରିବେ କ୍ୟାରିୟର ସଂପର୍କୀତ ସୂଚନା

24/12/2020 at 5:00 PM

ଭୁବନେଶ୍ବର୨୪/୧୨: ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରି କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଯେତେବେଳେ କୋଭିଡ୍‌-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସେମାନେ ଅନ୍ବେଷଣ କରୁଥିବା ଆବଶ୍ୟକୀୟ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ।

ଏହି କ୍ୟାରିଅର୍‌ ପୋର୍ଟାଲ୍‌ରେ ସର୍ବାଧିକ ଚିତ୍ତାକର୍ଷକକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବଷୟ ଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛି । ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍‌ବୋର୍ଡକୁ ଖୁବ୍‌ ସହଜରେ ନିଜର ଆଇଡି ଦ୍ୱାରା ଲଗ୍‌ଇନ୍‌ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ତତ୍‌ସମ୍ବନ୍ଧୀୟ ନିଜର ସନ୍ଦେହମୋଚନ କରିପାରିବେ ଏବଂ ସଠିକ୍‌ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।

ୟୁନିସେଫ୍‌ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର୍‌
ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି । ଯଦ୍ଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତ୍‌ସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବେ । ନିଜର ଲଗ୍‌ଇନ୍‌ ଆଇଡି ଏବଂ ପାସ୍‌ୱାର୍ଡ ମାଧ୍ୟମରେ www.odishacareerportal.com କୁ ଲଗ୍‌ଇନ୍‌ କରି ସେମାନେ ଏହି ସହାୟତା ପାଇପାରିବେ।

   Related Posts