ଉତ୍ତରାଖଣ୍ଡରେ ରହିଛି ଅଦ୍ଭୁତ ବୃକ୍ଷ: ଛୁଇଁଲେ କରେ ମଣିଷ ଭଳି ବ୍ୟବହାର
8/12/2018 at 3:20 PM

ଡେହେରାଡୁନ ୮|୧୨: ଦୁନିଆକେବଳ ଗୋଲ ନୁହଁ, ବହୁତ ବଡ ମଧ୍ୟ। ବିଶ୍ୱରେ ଅନେକ ଏମିତି ଜିନିଷ ହୁଏ ଯାହା ଶୁଣିଲେ ଆଚମ୍ୱତ ଲାଗେ।କୁହାଯାଏ ପ୍ରକୃତିଠୁ ବଡ ଚମତ୍କାର ଖେଳ ଆଉ କେହି କରିପାରିବେ ନାହିଁ। ପ୍ରକୃତି ସାମ୍ନାରେ ବିଜ୍ଞାନମଧ୍ୟ ହାରିଯାଏ।

ଏମିତି ଏକ ଆଚମ୍ୱିତ ରହସ୍ୟଅଛି ଉତ୍ତରାଖଣ୍ଡର କଳାଢୁଂଗି ଜଙ୍ଗଲରେ । ଏହି ଜଙ୍ଗଲରେଥିବା ଗଛଗୁଡିକ ମଧ୍ୟରୁ ଗୋଟିଏ ଗଛ ବଡ ଅଦ୍ଭୁତ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ହେଉଛି ଯେ,ଗଛଟିକୁ ଛୁଇଁବାମାତ୍ରେ ସେ ମଣିଷ ଭଳି ବ୍ୟବହାର କରେ ।
କଥାଟି ଶୁଣିଲେ ବିଶ୍ୱାସନହବାର ସମ୍ଭାବନା ଅଛି କିନ୍ତୁ ଏହା ସତ୍ୟ ଘଟଣା। ଗଛଟିକୁ କେହି ଛୁଇଁଲେ ତାକୁ କୁତୁ କୁତୁ ଲାଗିଥାଏ। କେବଳ ସେତିକି ନୁହେଁ, ଗଛଟିକୁ ଛୁଇଁଲେ ସେ ତାର ଶାଖା ପ୍ରଶାଖା ହଲାଇ ଅଭିବାଦନ ମଧ୍ୟ ଜଣାଇଥାଏ। ଏହି ଗଛର ନାଁ ଉଦ୍ଭିଦ ବିଜ୍ଞାନ ଅନୁସାରେ ‘ରେଡିଓଡୁମିଟୋରମ’ । କିଛି ଉଦ୍ଭିଦ ବ଼ିଜ୍ଞାନୀ ଗଛ ପାଖରେରହି ଗଛ ଉପରେ ବରାବର ଗବେଷଣା ଓ ପରୀକ୍ଷା ନିରୀକ୍ଷା କରୁଛନ୍ତି।

ଏହି ଗଛଟି ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ମଣିଷଙ୍କ ଭଳି ବ୍ୟବହାର କରୁଥିବା ଗଛଟିକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ଦୂରଦୂରାନ୍ତରୁ ବହୁ ଲୋକ ସେଠାରେ ପହଂଚୁଛନ୍ତି । ଉତ୍ତରାଖଣ୍ଡ ସରକାର ଗଛର ସୁରକ୍ଷା ପାଇଁ ପୋଲିସ ମୁତୟନକରିଛନ୍ତି।