ଢୋଳମୁହୁରି ତାସା ବାଦ୍ୟର ତାଳେ ତାଳେ ଆୟୋଜିତ ହେଲା ବାଡି ଖେଳ

Published By : Prameya-News7 Bureau | January 13, 2020 IST

ବଲାଙ୍ଗୀର ୧୩।୦୧ - ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ନ ନଦୀ ତୁଠରେ ବଶିଂବାଦନ କରୁଥିବା ବେଳେ ଗୋପାଙ୍ଗନା ମାନଙ୍କୁ ଏକତ୍ରିତ କରି କରୁଥିଲେ ବାଡି ଖେଳ। ଆଉ ସେହି ବାଡି ଖେଳକୁ ଆଜି ଯାଏ ଜିବିତ କରି ରଖିଛନ୍ତି ବଲାଙ୍ଗୀର ବେଲପଡା ଗଉଡ ସମାଜ ଲୋକ।

{"id":210740,"sizeSlug":"large"}

ଆଶ୍ବିନ ପୂଣ୍ଣିମା ଠାରୁ ବେଲପଡା ଭରୁଆପାଲିର କିଛି ପରିବାରରୁ ଇଣ୍ଟଦେବୀ ଙ୍କୁ ପୂଜାର୍ଚନା ପରେ ସମଲେଶ୍ବରୀ , ପାଟଣେଶ୍ବରୀ , ଚଣ୍ଡି , ଓ ଶ୍ରୀକୃଷ୍ନ ରାଧାଙ୍କ ପ୍ରତିମୁର୍ତ୍ତି ଧରି ବାହାରିଥାନ୍ତି ଯାତ୍ରାରେ। ଦୀର୍ଘ ଦୁଇ ମାସ କାଳ ଦେବା ଦେବୀଙ୍କୁ ନେଇ ନିଜ ସମ୍ପର୍କିୟଙ୍କ ସହ ବୁଲିବା ପରେ ପୁଣି ନିଜସ୍ବ ଗାଁକୁ ଫେରିବା ପରେ ଆୟୋଜିତ ହୋଇଥାଏ ବାଡି ଖେଳ। ।

{"id":210741,"sizeSlug":"large"}

 ମାଁ ସମଲେଶ୍ବରୀ ମାଁ ପାଟଣେଶ୍ବରୀ ଓ ଭଗବାନ ଶ୍ରୀକୃଷ୍ନଙ୍କୁ ପୂଜା କରାଯିବା ସହ ଚାଲିଥାଏ ବାଡିଖେଳ।

{"id":210742,"sizeSlug":"large"}

ଢୋଳମୁହୁରି ତାସା ବାଦ୍ୟର ତାଳେ ତାଳେ ବାଡି ଖେଳିବା ସହ ୧୬ ଟି ନୃତ୍ୟ ପରିବେଷଣ କରିଥାନ୍ତି ଗଉଡ ସମାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.