ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ୍ ଟି-୨୦: ବିଜୟପାଇଁ ୱେଷ୍ଟଇଣ୍ଡିଜକୁ ଭାରତର ୧୬୮ ରନର ଟାର୍ଗେଟ୍
4/08/2019 at 9:44 PM

ଲଉଡେରହିଲ: ଆମେରିକା ଲଉଡେରହିଲରେ ଚାଲିଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ରବିବାର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଛି। ଟସ୍ ଜିତି ଟିମ ଇଣ୍ଡିଆ କ୍ୟାପ୍ଟେନ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ୨୦ ଓଭରରେ ଭାରତ ୫ ୱିକେଟ ବିନିମୟରେ କରିଛି ୧୬୭ ରନ। ୧୬୮ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଛନ୍ତି କାରବିୟ ଦଳ। ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ୱେଷ୍ଟଇଣ୍ଡିଜ୍ ବ୍ୟାଟସ୍ ମ୍ୟାନ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଓପ୍ନର ଯୋଜି ରୋହିତ ଶର୍ମା ଓ ଶିଖର ଧାୱନ ୯୦ ରନ ସଂଗ୍ରହ କରିଥିଲେ। ଏଥିରେ ରୋହିତ ୫୧ଟି ବଲ ଖେଳି ସର୍ବାଧିକ ୬୭ ରନ ଯୋଗ କରିଥିବା ବେଳେ ଧାୱନ ୧୬ଟି ବଲରୁ କରିଥିଲେ ୨୩ ରନ। ପଛକୁ କ୍ୟାପ୍ଟେନ କୋହଲିଙ୍କ ୨୮ ରନ ସହ ଋଷଭ ପନ୍ଥଙ୍କ ୪, ପାଣ୍ଡେ ୬, ପାଣ୍ଡ୍ୟାଓ ଜାଡେଜାଙ୍କ ଅପରାଜେୟ ୨୯ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ କରିଛି ୧୬୭ ରନ।

ଅପରପକ୍ଷେ ୱେଷ୍ଟଇଣ୍ଡିଜ ବୋଲର ଓ ଥୋମାସଙ୍କୁ ଏବଂ ଏସ.ଏସ୍.କୋଟ୍ରେଲଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ପଲଙ୍କୁ ଗୋଟିଏ ୱିକେଟ୍ ମିଳିଛି। ଏବେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରୁଥିବା ବେଳେ ୫ ଓଭର ଖେଳି ୨ଟି ୱିକେଟ୍ ହରାଇଛି।