Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦଣ୍ଡ ଭୋଗିଲେ ଶିକ୍ଷକ : Bigstory Followup

8/09/2018 at 1:56 PM

କଳାହାଣ୍ଡି ୮/୯ : ମାର ମାର ଭଣ୍ଡାରିଆକୁ ମାର ନୀତିରେ କାର୍ଯୟାନୁଷ୍ଠାନ । ରାଜରାସ୍ତାରେ ସରକାରୀ ସ୍କୁଲ ନିୟୁଜ ସଭେନରେ ପ୍ରସାରଣ ପରେ ଶିକ୍ଷା ବିଭାଗ ଦୋଷ ଲୁଚାଇବାକୁ ଯାଇ ଲଟକାବାହଲି ସ୍କୁଲର ପ୍ରଧାନ ଶିକ୍ଷକ ହରପ୍ରସାଦ ସାହାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ନିଳମ୍ବିତ କରିଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଲଟକାବାହାଲି ପ୍ରାଥମିକ ବିଦ୍ୟାଳୟ ୨୦୧୬ରୁ ବିଦ୍ୟାଳୟ ବିପଦ ସଂଙ୍କୁଳ ଦର୍ଶ।ଇ ସ୍କୁଲ ସ୍ଥାନାନ୍ତର ପାଇଁ ନିର୍ଦେଶ ଜାରୀ କରାଯାଇଥିଲା । ଏହା ପରେ ସ୍ଲୁଲ ଗାଁର ଏକ ଇନ୍ଦିରା ଆବାସ ଘରେ ପ୍ରାୟ ଏକ ବର୍ଷ ଚାଲିଥିବା ବଳେ ପରେ ଏହି ସ୍କୁଲ ଏକ ନିର୍ମ।ଣଧିନ ଘରେ ଚାଲୁ ରହିଥିଲା । କିନ୍ତୁ ଗତ ୩୧ ତାରିଖ ଗୃହ ମାଲିକ ଘର ଛାଡିବାକୁ ବାଧ୍ୟ କରିବା ପରେ ଗାଁ ଦାଣ୍ଡରେ ସ୍ଲୁଲ ଚାଲିଛି । ଏହି ଖବର ନିୟୁଜ ସଭେନରେ ଗତ ୪ ତାରିଖରେ ପ୍ରସାରଣ ପରେ ବର୍ତମାନ ଶିକ୍ଷା ବିଭାଗ ପ୍ରଧାନ ଶିକ୍ଷକକୁ ନିଳମ୍ବିତ କରିଛନ୍ତି । ଯେତେବେଳେ କି ଜିଲ୍ଲା ଶିକ୍ଷା ବିଭାଗ ଏହି ସ୍ଲୁଲ ବିଷୟରେ ଗତ ୨ ବର୍ଷ ହେଲା ଜାଣିଥିଲେ ବି କୌଣସି ବିକଳ୍ପ ବାହାର କରି ନ ଥିବା ବଳେ ରାସ୍ତାରେ ସରକାରୀ ସ୍କୁଲ ଖବରରେ ନିଜ ବୟାନ ରଖିଥିବାରୁ ଆକ୍ରୋଶମୁଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାହାକୁ ସ୍କୁଲ ପରଚାଳନା କମିଟି ପ୍ରତିବାଦ କରିଛି ।

   Related Posts