ନିଆଳିରେ ଲାଟିନ୍ ସ୍କାମ୍ ଅଭିଯୋଗ: ମିଳିମିଶି ଖାଇଗଲେ ୨୨ ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | October 09, 2020 IST

ନିଆଳି୮/୧୦: ସ୍ଵଛ ଭାରତ ମିଶନ ପାଇଖାନା ନିର୍ମାଣରେ ବଡ ଧରଣର ଦୁର୍ନୀତି। ଗରିବ ଶ୍ରେଣୀର ପରିବାର ପାଇଁ ଆସିଥିବା ପାଇଖାନା ଅର୍ଥକୁ ମିଳିମିଶି ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଶତାଧିକ ହିତାଧିକାରିଙ୍କ ନାମରେ ଲକ୍ଷାଧିକ ଟଙ୍କ ଚଳୁ ହୋଇଛି ସରକାରୀ ତହ ବିଲରୁ । ଏପରି ଏକ ବଡ ଧରଣର ଘୋଟାଲା ହୋଇଛି କଟକ କଣ୍ଟାପଡ଼ା ଉରାଡ ଗ୍ରାମ ପଞ୍ଚାୟତରେ ।

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୨ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଟଙ୍କାକୁ ମିଳିମିଶି ଖାଇଗଲେ ପାଇଖାନା ନିର୍ମାଣ ଆଳରେ । ସୂଚନା ଅଧିକାର ଆଇନୀରେ ମିଳିଛି ସାଂଘାତିକ ତଥ୍ୟ । କଟକ କଣ୍ଟାପଡ଼ା ବ୍ଳକ ଉରାଡ଼ ପଞ୍ଚାୟତରେ ସ୍ଵଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ନିର୍ମାଣରେ ଦୁର୍ନୀତିର ଗନ୍ଧ ବାରି ପାରି ସୂଚନାଆଇନୀରେ ତଥ୍ୟ ମାଗିଥିଲେ ସାମାଜିକ କର୍ମୀ ଶୁଭେନ୍ଦୁ ସ୍ଵାଇଁ। ଯେଉଁଥିରେ ସ୍ପଷ୍ଟ ହୋଇଥିଲା ସଂଘାତିକ ଦୁର୍ନୀତି। ଶତାଧିକ ଲୋକଙ୍କ ନାମରେ ପାଇଖାନା ବାବଦରେ ୧୨୦୦୦ ଟଙ୍କା ଲେଖାଏଁ ଉଠାଯାଇଥିଲେ ମଧ୍ୟ ସେମାନେ ପ୍ରକୃତ ପକ୍ଷେ ପାଇଖାନା ଅର୍ଥ ପାଇ ନାହାନ୍ତି କି ନିର୍ମାଣ ହୋଇନି ପାଇଖାନା। ୨୦୦ ରୁ ଉର୍ଦ୍ଧ୍ବ ଜାଲ ହିତାଧିକାରୀଙ୍କ ନାମରେ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କ। ହରି ଲୁଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.