ଜୟପୁରରେ ଧୁମଧାମ୍‌ରେ ପାଳିତ ହୋଇଛି ଲାଠିଯାତ୍ରା

Published By : Prameya-News7 Bureau | October 07, 2019 IST

କୋରାପୁଟ ୭/୧୦: ଶାରଦୀୟ ଦୁର୍ଗାପୂଜାରେ ଜୟପୁରରେ ଖୁବ୍‌ ଧୁମଧାମ୍‌ରେ ପାଳିତ ହୋଇଛି ଲାଠିଯାତ୍ରା । କୋରାପୁଟରେ ଆଦିବାସୀଙ୍କ ଏହି ନିଆରା ପରମ୍ପରା ଲାଠିପୂଜା, ଶୋଭାଯାତ୍ରା କାହିଁ କେତେ କାଳରୁ ରଜା ରାଜୁଡ଼ା ଅମଳରୁ ହୋଇଆସୁଛି । ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ ।

{"id":167347,"width":592,"height":363}

ବାଜୁଛି ଯୋଡ଼ି ନାଗରା, ତୁରୀ । ପୂଜାର୍ଚ୍ଚନାରେ ବ୍ୟସ୍ତ ପୂଜକ । ଏପଟେ ଲାଠି, ବାଉଁଶରେ ନାଲି କପଡ଼ା, କଉଡ଼ି ବାନ୍ଧି ଶୋଭାଯାତ୍ରାରେ ସହରକୁ ଆସୁଛନ୍ତି  ଶହ ଶହ ଲୋକ । ଶାରଦୀୟ ଦୁର୍ଗାପୂଜାରେ, ଯେତେବେଳେ ସବୁଠି ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ପୂଜା କରିବାର ପରମ୍ପରା ରହିଛି, ସେଠି ଜୟପୁରରେ ଏଭଳି ଲାଠିପୂଜାର ପରମ୍ପରା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ସମୟ ସିନା ବଦଳିଛି, ହେଲେ ବଦଳିନି ପରମ୍ପରା । ଦଶହରା ଅବସରରେ କୋରାପୁଟରେ ଆଦିବାସୀମାନେ ପାଳନ କରୁଥିବା ଏହି ନିଆରା ପରମ୍ପରା କାହିଁ କେତେ କାଳରୁ, ରଜା ରାଜୁଡ଼ା ଅମଳର ଚାଲି ଆସୁଛି । ଦୁର୍ଗା ପୂଜାରେ ଜୟପୁରରେ ପାଳିତ ହେଉଥିବା ଏହି ଲାଠିଯାତ୍ରାର ପରମ୍ପରା ଆଉ କେଉଁଠି ଦେଖିବାକୁ ମିଳିନଥାଏ ।

{"id":167348,"width":581,"height":438}

ଶତାଧିକ ଗାଁରୁ ଲୋକମାନେ ପ୍ରତିବର୍ଷ ଏମିତି ଲାଠି ଧରି ପାହାଡ଼ ପର୍ବତ ଅତିକ୍ରମ କରି ପୂଜା ପାଇଁ ଜୟପୁରରେ ପହଞ୍ଚିଥାନ୍ତି । ଲାଠି ଧାରଣ ସମୟରେ ଏମାନେ କାହାଦ୍ବାରା ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ଲାଠି ପୂଜା ବେଳେ ନଡ଼ିଆ କଦଳୀ ବଳି ଦିଆଯାଇଥାଏ । କୁହାଯାଏ,  ଦଶହରା ବେଳେ ଜୟପୁର ରାଜା ମା‘ କନକ ଦୁର୍ଗାଙ୍କ ପୂଜା କରୁଥିଲେ । ଆଉ ପ୍ରଜାମାନେ ନିଜ ଇଷ୍ଟଦେବଙ୍କୁ ସାଥିରେ ନେଇ ରାଜାଙ୍କ ଦର୍ଶନ ପାଇଁ ଆସୁଥିଲେ । ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କୋରାପୁଟ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ଲାଠି ଶୋଭାଯାତ୍ରା କରି ଜୟପୁର ଆସୁଛନ୍ତି । ଏଠି ଲାଠି ରୂପରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଉଛି ।

{"id":167349}

ଜିଲ୍ଲାପ୍ରଶାସନ ପକ୍ଷରୁ ଶହ ଶହ ସଂଖ୍ୟାରେ ଜୟପୁର ଆସୁଥିବା ଏହି ଲାଠିଧାରୀଙ୍କ ପାଇଁ ଖାଇବା ସହ ରହିବା ବ୍ୟବସ୍ଥା କରିବା କଥା । ହେଲେ କେବଳ ଚାଉଳ, ଡାଲି ଦେଇ ପ୍ରଶାସନ ନିଜ ଦାୟିତ୍ବ ସାରିଦେଇଥିବା ବେଳେ ଲାଠିଧାରୀମାନେ ରହିବା ପାଇଁ ବହୁତ ହଇରାଣ ହୋଇଥିଲେ । ଯାହାକୁ ନେଇ ସେମାନଙ୍କ ଭିତରେ  ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା ।

{"id":167351}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.