ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି କଲେଜର ଦୁଇ ଛାତ୍ର ଘୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା,ଭାଙ୍ଗିଲେ ପୋଲିସ ଗାଡି, ଲାଠି ଚାର୍ଜ
28/10/2019 at 5:14 PM

ଆଠଗଡ୨୮|୧୦: ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି କଟକ ଜିଲ୍ଲାର ନରସିଂହପୁର କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ।ଗତ କିଛି ଦିନ ହେଲା ଏକ ଛାତ୍ରଗୋଷ୍ଠୀ ଝିଅମାନକୁ କମେଣ୍ଟ ମାରିବା ସହିତ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ ।

ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ପ୍ରଥମେ ବଚସା ଏବଂ ପରେ ଏହା ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ଏଥିରେ ନରସିଂହପୁର ପୋଲିସ ହସ୍ତକ୍ଷେପ କରିବା ସହିତ ଲାଠି ଚାର୍ଜ କରିବାକୁ ପଡିଥିଲା ।

ବର୍ତ୍ତମାନ ପରିସ୍ଥିତି ପ୍ରାୟ ଶାନ୍ତ ଥିଲେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗିରହିଛି ।


Related Posts
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021