ବରଗଡ ଏସ୍‌ପି ଅଫିସ୍ ସମ୍ମୁଖରେ ଲାଠିଚାର୍ଜ, ମୃତ ବ୍ୟକ୍ତିଙ୍କ ଶବ ରଖି ଚାଲିଥିଲା ଆନ୍ଦୋଳନ

Published By : Prameya-News7 Bureau | September 25, 2021 IST

ବରଗଡ ୨୫।୯: ବରଗଡ ଏସପି ଅଫିସ ଆଗରେ ଲାଠିଚାର୍ଜ । ମୃତ ଶରୀର ରଖି ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ଲାଠିଚାର୍ଜ । ଶୁକ୍ରବାର ବିଳମ୍ବିତ ରାତିରେ ଏକ ମାରପିଟ ଘଟଣାକୁ ନେଇ ବରଗଡ ଟାଉନ ଥାନା ତୁରା ଗାଁର ଗୋବିନ୍ଦ କୁମାରକୁ ପୋଲିସ ଉଠାଇ ଆଣିଥିଲା । ଶନିବାର ସକାଳେ ଗୋବିନ୍ଦର ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ପ୍ରଥମେ ଗୋବିନ୍ଦଙ୍କୁ ପୁରୁଣା ଡାକ୍ତରଖାନାକୁ ନେଇଥିଲା । ପରେ ଅତ୍ୟଧିକ ଗୁରୁତର ହୋଇପଡିବାରୁ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା

{"id":517516,"width":754,"height":415,"sizeSlug":"full","linkDestination":"none"}

ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଗୋବିନ୍ଦକୁ ମୃତ ଘୋଷଣା କରିଥିଲେ । ଗୋବିନ୍ଦ ମୃତ ଖବର ପାଇବା ପରେ ଗୋବିନ୍ଦଙ୍କ ପରିବାର ଓ ଗ୍ରାମବାସୀ ଡାକ୍ତରଖାନାରେ ପଶି ଭଙ୍ଗାରୁଜା କରିଥିଲେ । ଉତ୍ତ୍ୟକ୍ତ ଲୋକେ ଗୋବିନ୍ଦର ଶବକୁ ଗାନ୍ଧିଛକ ପରେ ଏସପି ଅଫିସ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ମୃଦୁ ଲାଠିଚାଳନା କରିଥଲା । ଲାଠିମାଡରେ ବିକ୍ଷୋଭ କରୁଥିବା ୨ ଜଣ ମହିଳା ଆହତ ହୋଇଥିଲେ । ଅପରପକ୍ଷରେ ଲୋକଙ୍କ ପଥରମାଡ ଓ ଠେଲାପେଲାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.