ଆସିଲା ନୂଆ ଓଲଟା ଜିନ୍ସ ଫ୍ୟାସନ ; ଡିଜାଇନ ଦେଖି ହସି ହସି ଗଡ଼ିଯିବେ

Published By : Prameya-News7 Bureau | January 17, 2019 IST

ଫ୍ୟାସନ ଦୁନିଆରେ କେତେବେଳେ କଣ ଟ୍ରେଣ୍ଡ ଆରମ୍ଭ ହୋଇଯାଉଛି କିଛି କହି ହେଉନାହିଁ | ଆଜିକାଲି ଅଜବ ଅଜବ ଫ୍ୟାସନ ଯୁବପିଢ଼ିଙ୍କୁ ପାଗଳ କରୁଛି | ଜିନ୍ସର ଏକ ନୂଆ ଫ୍ୟାସନ ଏବେ ଲୋକଙ୍କ ହୋସ ଉଡାଇଛି | ଅନଲାଇନ ରିଟେଲର ବୋହୋ ଲେଟଷ୍ଟ ଡିଜାଇନର ଜିନ୍ସ ଲଞ୍ଚ କରିଛି | ଏହି ଜିନ୍ସ ଦେଖି ଲୋକଙ୍କ ମୁଣ୍ଡ ବୁଲଉଛି |

{"id":75126}

ଦେଖନ୍ତୁ ଏହି ଜିନ୍ସକୁ | ଯଦି ଆପଣ ଭାବୁଛନ୍ତି ଯେ, ଏହି ଜିନ୍ସକୁ ଭୁଲରେ ଓଲଟା ପିନ୍ଧା ହୋଇଛି, ତାହେଲେ ଆପଣ ଭୁଲ ବୁଝୁଛନ୍ତି | ଏହାକୁ ଓଲଟା ପିନ୍ଧା ହୋଇନାହିଁ | ଏହି ଜିନ୍ସର ଷ୍ଟାଇଲ ହିଁ ସେମିତି | ଏହି ଜିନ୍ସର ନା ଦିଆଯାଇଛି ମିଡ଼ ରାଇଜ ରିଭର୍ସ ଜିନ୍ସ | ଏହି ଜିନ୍ସର ମୂଲ୍ୟ ୧୫୦୦ ଟଙ୍କା | ଏହି ଜିନ୍ସର ସିଲେଇ ବାହାରକୁ ଦେଖା ଯାଉଛି ଏବଂ ଏହାର ପକେଟ ମଧ୍ୟ ରହିଛି | ସୋସିଆଲ ମିଡ଼ିଆରେ ଏହି ଜିନ୍ସକୁ ନେଇ ବହୁତ ଥଟ୍ଟା ପରିହାସ କରାଯାଉଛି |

{"id":75123}

ହେଲେନ ପୁଞ୍ଜି ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ସେ ଯେତେବେଳେ ଅନ୍ଧାରରେ ଜିନ୍ସ ପିନ୍ଧନ୍ତି କେତେବେଳେ କେମିତି ଏଭଳି ଭୁଲ ହୋଇଯାଏ | ଆଉ ଜଣେ କହିଛନ୍ତି ଯେ, ସେ ମଧ୍ୟ ବେଳେବେଳେ ଭୁଲ ବଶତଃ ଓଲଟା ଜିନ୍ସ ପିନ୍ଧି ପକେଇଥାନ୍ତି |

{"id":75124}

ଜାନୁଆରୀ ୧୧ ତାରିଖରେ ବୋହୋ କମ୍ପାନୀ ରିଭର୍ସ ଡିଜାଇନ ଜିନ୍ସ ସମ୍ପର୍କରେ ସୂଚନା ଦେଇଥିଲା | ଏହା ପୂର୍ବରୁ ଆଉ କିଛି ଫ୍ୟାସନ କମ୍ପାନୀ ମଧ୍ୟ ଅଦ୍ଭୁତ ଡିଜାଇନର ଜିନ୍ସ ବଜାରକୁ ଛାଡିଛନ୍ତି | ଏହା ପୂର୍ବରୁ ଜିନ୍ସର ଅଜବ ଅଜବ ଡିଜାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି | ଏକଷ୍ଟ୍ରିମ କଟଆଉଟ ନାମକ ଜିନ୍ସରେ କେବଳ ଷ୍ଟିଚ ହିଁ ଦେଖାଦେଇଥାଏ |

{"id":75127}

କେବଳ ମାତ୍ର ୧ ମିଟର କପଡାରେ ଏମିତି ଅନେକ ଜିନ୍ସ ତିଆରି ହୋଇପାରିବ | ସେଯାହାବି ହେଉ ଆଜିକାଲି ଦୁନିଆରେ ଯାହା ପିନ୍ଧିଲେ ମଧ୍ୟ ସେ ଏକ ଫ୍ୟାସନ | ଡ୍ରେସ ଓଲଟା ପିନ୍ଧିଲେ ମଧ୍ୟ ଫ୍ୟାସନ ଆଉ ତଳଟା ଉପର, ଉପରଟା ତଳ କରି ପିନ୍ଧିଲେ ମଧ୍ୟ ଫ୍ୟାସନ |

{"id":75125}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.