କୁକୁର ପାଖରୁ ବି ମଣିଷ ଶରୀରରେ ପହଞ୍ଚୁଛି କରୋନା ଭୂତାଣୁ, ନୂଆ ଭାରିଏଣ୍ଟକୁ ନେଇ ଏମିତି କହିଲେ ଗବେଷକ

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧/୫: କରୋନା ଭୂତାଣୁ ବିଭିନ୍ନ ପ୍ରକାର ରୂପ ଦେଖିବାକୁ ମିଳୁଛି। ଭାଇରସ୍‌ର ଭାରିଏଣ୍ଟ ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ସଂକ୍ରମଣ ଗତିକୁ ନେଇ କୌଣସି ପ୍ରକାର ଦୃଢ଼ ଦାବି ମିଳିପାରି ନାହିଁ। କିନ୍ତୁ କୁକୁର ଶରୀରରୁ ଭୂତାଣୁ ମିଳିଛି । ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଏହି ଭାରିଏଣ୍ଟର ଭୂତାଣୁ କିଛି ନିମୋନିଆରେ ପୀଡ଼ିତ ରୋଗୀଙ୍କ ଠାରେ ଦେଖିବାକୁ ମିଳିଛି । ଯଦି ଭାଇରସକୁ ନେଇ ଗବେଷକଙ୍କ ଦାବି ସଠିକ ହୁଏ ତେବେ ଏହା ଅଷ୍ଟମ କରୋନା ଭାଇରସ୍‌ ହେବ ଯାହାକି ଜାନୁଆରୀରୁ ମଣିଷ ପାଖରେ ପହଞ୍ଚିଛି।

ଏବେ ୭ଟି ଭାରିଏଣ୍ଟ ଆସିଛି। ସେଥିମଧ୍ୟରୁ ୪ଟି ଭାରିଏଣ୍ଟ ଯୋଗୁ ସଧାରଣ ଥଣ୍ଡା ହେଉଥିବା ବେଳେ ଅନ୍ୟ ୩ଟି ଯୋଗୁ SARS, MERS ଏବଂ କୋଭିଡ୍‌-୧୯ ଭଳି ରୋଗ ମଣିଷକୁ ହେଉଛି । କ୍ଲିନିକାଲ୍‌ ଇନଫେକସିୟସ୍‌ ଡିଜିଜ୍‌’ ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ତଥ୍ୟ ଅନୁସାରେ, ବିଶେଷଜ୍ଞମାନେ କହିଛନ୍ତି ମାଲେସିଆରେ ହସ୍ପିଟାଲରେ ୨୦୧୭ ଏବଂ ୧୮ରେ ଭର୍ତ୍ତି ହୋଇଥିବା ୩୦୧ ନିମୋନିଆ ରୋଗୀଙ୍କ ନାଜାଲ୍‌ ସ୍ବାବ୍‌ରୁ ଏହା ଜଣାପଡ଼ିଥିଲା ।

ଏଥିରୁ ୮ ସାମ୍ପଲରୁ କାନାଇନ୍‌ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । କାନାଇନ୍‌ କରୋନା ଭାଇରସ୍‌ କୁକୁର ଶରୀରରୁ ମିଳିଥାଏ। ଯେଉଁ ସାମ୍ପଲ ପଜିଟିଭ୍‌ ମିଳିଛି ସେମା​‌ନଙ୍କ ମଧ୍ୟରୁ  ୫ ବର୍ଷରୁ କମ ବୟସର ଶିଶୁ ମଧ୍ୟ ଥିଲେ। ଏହି ସବୁ ନମୂନାରେ ଜିନୋମ ସିକ୍ବେନ୍ସିଂରୁ cCoV-HuPn-2018 ନାମକ ନୂଆ ଷ୍ଟେ୍ରନ୍‌ ଥିବା ଜଣାପଡ଼ିଥିଲ।। ବିଲେଇ ଏବଂ ଘୁଷୁରୀ ଶରୀରରେ ମିଳୁଥିବା କରୋନା ଭାଇରସ ସହ ଏହା ମିଶୁଛି।

କିନ୍ତୁ ଏହି ଭାରିଏଣ୍ଟ ବିଶେଷ କରି କାନାଇନ୍‌ କରୋନା ଭାଇରସ୍‌ ସହ ମେଳ ଖାଉଛି। ଯାହା ଦ୍ବାରା କୁକୁର ସଂକ୍ରମିତ ହୋଇଥାନ୍ତି। ତେବେ ଏହି ଷ୍ଟେ୍ରନ୍‌ରେ ଅନେକ ମ୍ୟୁଟେସନ ଦେଖିବାକୁ ମିଳିଛି। କିନ୍ତୁ ଏବେ ଯାଏ ଏହା ସ୍ପଷ୍ଟ ହୋଇନାହିଁ ଏହି ଭାଇରସ୍‌ ଭାରିଏଣ୍ଟ ମଣିଷ ଶରୀରରେ କେଉଁ ଭଳି ପ୍ରଭାବ ପକାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.