ରୋହିତ ଶେଖରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ଅପୂର୍ବାଙ୍କୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | April 24, 2019 IST

ନୂଆଦିଲ୍ଲୀ ୨୪/୪: ଉତ୍ତରପ୍ରଦେଶ ଏବଂ ଉତ୍ତରାଞ୍ଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୋଲିସ୍ ତାଙ୍କ ପତ୍ନୀ ଅପୂର୍ବାଙ୍କୁ ଗିରଫ କରିଛି। ରୋହିତ ଶେଖରଙ୍କ ମୃତ୍ୟୁ ମାମଲାରେ ପୋଲିସ୍ ଆରମ୍ଭରୁ ତାଙ୍କ ପତ୍ନୀ ଅପୂର୍ବାଙ୍କ ଭୂମିକାକୁ ସନ୍ଦେହ କରୁଥିଲା। କ୍ରାଇମ୍ ବ୍ରାଞ୍ଚର ଟିମ୍ ଗତ କିଛି ଦିନ ହେବ ଅପୂର୍ବାଙ୍କୁ ଲଗାତର ପଚରାଉଚୁରା ଜାରି ରଖିଥିଲା। ପଚରାଉଚୁରା ସମୟରେ ଅପୂର୍ବା ଯାଞ୍ଚ ଟିମ୍ ଆଗରେ ବାରମ୍ବାର ନିଜର ବୟାନ ବଦଳିଥିଲେ। ତାଙ୍କୁ ଗିରଫ କରାଯିବା ପରେ କୁହାଯାଉଛି ଯେ ପୋଲିସ୍ ବହୁତ ଶୀଘ୍ର ରୋହିତଙ୍କ ମୃତ୍ୟୁର ରହସ୍ୟକୁ ଉନ୍ମୋଚନ କରିବ।

{"id":106697,"width":593,"height":331}

ରୋହିତ ଶେଖରଙ୍କ ମୃତ୍ୟୁ ମାମଲାରେ ପୋଲିସର ଯାଞ୍ଚ ଟିମ୍ ତାଙ୍କ ପତ୍ନୀ ଅପୂର୍ବା,ଭାଇ ସିଦ୍ଧାର୍ଥ,ଚାକର ଭୋଲୁ,ଡ୍ରାଇଭର ଅଖିଳେଶ ଏବଂ ଆଉ ଦୁଇ ଜଣ ଚାକରଙ୍କୁ ପଚରାଉଚୁରା କରିଥିଲା। ପୋଲିସଙ୍କ କହିବାନୁସାରେ ରୋହିତଙ୍କ ମୃତ୍ୟୁ ଯେଉଁଦିନ ରାତିରେ ହୋଇଥିଲା,ସେହି ରାତିରେ ୧ମହଲାରେ ପତ୍ନୀ ଅପୂର୍ବା,ଘରର ଚାକର ଭୋଲୁ ଏବଂ ଡ୍ରାଇଭର ଅଖିଳେଶ ଥିଲେ,କିନ୍ତୁ ରୋହିତଙ୍କ ଭାଇ ସିଦ୍ଧାର୍ଥ ଏବଂ ଆଉ ୨ଜଣ ଚାକର ତଳେ ଥିଲେ। ପୋଲିସ୍ ରୋହିତଙ୍କ ଭାଇ ସିଦ୍ଧାର୍ଥ ଏବଂ ଦୁଇ ଚାକରଙ୍କୁ କ୍ଲିନ ଚିଟ ଦେଇଛି। କିନ୍ତୁ ପୋଲିସଙ୍କୁ ଅପୂର୍ବାଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଗିରଫ କରାଯାଇଛି।

{"id":106698,"width":595,"height":334}

ଏହା ପୂର୍ବରୁ ରୋହିତଙ୍କ ମାଆ ଉଜ୍ଜ୍ବଳା,ଅପୂର୍ବା ଏବଂ ରୋହିତଙ୍କ ସମ୍ପର୍କକୁ ନେଇ ଏକ ବଡ଼ ରହସ୍ୟ ଜଣା ପଡ଼ିଥିଲା। ଉଜ୍ଜ୍ବଳା କହିଥିଲେ ଯେ ଦିନକୁ ଦିନ ଅପୂର୍ବା ଏବଂ ରୋହିତଙ୍କ ସମ୍ପର୍କ ବିଗିଡ଼ିବାରେ ଲାଗିଥିଲା। ବିବାହ ପରଦିନଠୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଦୁହେଁ ଏକାଠି ଶୋଉନଥିଲେ। ଏଥିପାଇଁ ଦୁହେଁ ପରସ୍ପରର ସହମତିରେ ଛାଡ଼ପତ୍ର ନେବାପାଇଁ ପ୍ରସ୍ତୁତି ଚଳାଇଥିଲେ। ଯଦି ସବୁ କିଛି ଠିକ୍ ଥାଆନ୍ତା ତେବେ ଦୁହେଁ ଜୁନ୍ ମାସରେ ଅଲଗା ହୋଇଥାଆନ୍ତେ।

{"id":106699,"width":595,"height":333}

ରୋହିତଙ୍କ ମାଆ,ଅପୂର୍ବା ଏବଂ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ ଅପୂର୍ବା ଏବଂ ତାଙ୍କ ପରିବାର ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଥିଲେ। ରୋହିତ ଯେଉଁ ଘରେ ରହୁଥିଲେ ତାହା ସୁପ୍ରିମ କୋର୍ଟ ପାଖରେ ଥିଲା ଯେଉଁଠି ଅପୂର୍ବା ପ୍ରାକ୍ଟିସ୍ କରୁଥିଲେ। ଅପୂର୍ବାଙ୍କ ପରିବାର ଧନଲୋଭୀ ଥିଲେ। ଅପୂର୍ବା ସୁପ୍ରିମକୋର୍ଟର ଓକିଲ। ଅପୂର୍ବାଙ୍କ ଘର ଇନ୍ଦୋରରେ। ତାଙ୍କର ଏବଂ ରୋହିତଙ୍କ ସାକ୍ଷାତ ଦିଲ୍ଲୀରେ ହୋଇଥିଲା। ଅପୂର୍ବାଙ୍କ ବାପା ମଧ୍ୟ ଓକିଲ।

{"id":106700,"width":596,"height":397}

ନାରାୟଣ ଦତ୍ତ ତିଓ୍ବାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋହିତଙ୍କ ନିଜ ପୁଅ ମାନିବାକୁ ପ୍ରସ୍ତୁତ ନଥିଲେ। ୨୦୧୪ରେ ତିଓ୍ବାରୀ ଅଦାଲତର ଆଦେଶ ପରେ ରୋହିତଙ୍କୁ ନିଜ ପୁଅ ଭାବେ ସ୍ବୀକାର କରିଥିଲେ। ଏନଡି ତିଓ୍ବାରୀଙ୍କ ମୃତ୍ୟୁ ୯୩ବର୍ଷ ବୟସରେ ୨୦୧୮ ଅକ୍ଟୋବର ୧୮ରେ ହୋଇଥିଲା। ରୋହିତ ୨୦୧୭ମସିହା ଜାନୁୟାରୀରେ ବିଜେପିରେ ସାମିଲ ହୋଇଥିଲେ ଏବଂ ବର୍ଷେ ପୂର୍ବରୁ ସେ ଅପୂର୍ବାଙ୍କୁ ବିବାହ କରିଥିଲେ।   

{"id":106701,"width":595,"height":370}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.