ମୌସୁମୀ ଆସିବା ଅଳ୍ପ ଡେରି ହେବ

Published By : Prameya-News7 Bureau | June 05, 2018 IST

ମୌସୁମୀ ଆସିବା ଅଳ୍ପ ଡେରି ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ ୩ରୁ ୪ ଦିନ ବିଳମ୍ବ ହେବ। ଜୁନ୍ ୯ରୁ ୧୧ ତାରିଖ ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜୁନ୍ ୬ ସୁଦ୍ଧା ମୋସୁମୀ ଓଡ଼ିଶା ଛୁଇଁବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ତେବେ ବିଳମ୍ବିତ ମୌସୁମୀ ଓଡ଼ିଶାରେ ପହଞ୍ଚିବା ଲାଗି ପାଗ ଅନୁକୂଳ ରହିଛି ବୋଲି ଆଜି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ମୌସୁମୀ ଏବେ ଅଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରି, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଛୁଇଁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାହା କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ରୟାଲସୀମା, ଦକ୍ଷିଣ କୋଙ୍କଣ, ଗୋଆ, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ତାହା ମହାରାଷ୍ଟ୍ରର କିଛି ଅଞ୍ଚଳ, ତେଲେଙ୍ଗାନା ଓ ଉପକୂଳ ଆନ୍ଧ୍ର ଛୁଇଁବାର ସମ୍ଭାବନା ରହିଛି। ଜୁନ୍ ୯ରୁ ୧୧ ମଧ୍ୟରେ ଆରବ ସାଗରର ଅଧିକାଂଶ ଅଞ୍ଚଳ, ମହାରାଷ୍ଟ୍ରର ଓ ଗୁଜୁରାଟର କିଛି ସ୍ଥାନ, ଦକ୍ଷିଣ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକିମ୍ ରେ ମୌସୁମୀ ପହଞ୍ଚିବା ଲାଗି ପାଗ ଅନୁକୂଳ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.