Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଳମ୍ବିତ ବିବାହ ଯୋଗୁ ହୋଇପାରେ ସ୍ତନ କର୍କଟ, ଜାଣନ୍ତୁ କାରଣ

29/07/2019 at 5:23 PM

ଭାରତରେ ସ୍ତନ କର୍କଟ ଯୋଗୁ ମହିଳାଙ୍କ ମୃତ୍ୟୁ ହାର ସର୍ବାଧିକ। ଯଦି ଠିକ୍ ସମୟରେ କର୍କଟ ରୋଗର ଚିହ୍ନଟ ହୋଇଯାଏ ତେବେ ଏହାର ଚିକିତ୍ସା ସମ୍ଭବ। ତେବେ ଭାରତରେ ଯୁବତୀମାନଙ୍କର ବିଳମ୍ବିତ ବିବାହ ଯୋଗୁ ସ୍ତନ କର୍କଟ ରୋଗୀଙ୍କ ହାର ବଢିବାରେ ଲାଗିଛି। ଅଧ୍ୟାୟନ, ଚାକିରୀ ଓ ପରେ ବିବାହ ନେଇ ଏବେ ଭାରତୀୟ ଯୁବତୀମାନେ ଚିନ୍ତା କରୁଛନ୍ତି। ଏଣୁ ବିବାହ ଡେରି ଯୋଗୁ ଅଧିକାଂସ ମହିଳାଙ୍କ ଠାରେ ସ୍ତନ କର୍କଟ ଦେଖା ଦେଉଥିବା ପିଜିଆଇ ରେଡିଓଲଜି ବିଭାଗର ଡାକ୍ତର ଅର୍ଚ୍ଚନା ଗୁପ୍ତା କହିଛନ୍ତି।

ପିଜିଆଇ ଓ ମେଡାଣ୍ଟଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମହିଳାଙ୍କ ଠାରେ ଦେଖା ଯାଉଥିବା ମାରାତ୍ମକ ସ୍ତନ କର୍କଟର ଚିକିତ୍ସା ଓ ଏହାର ଚିହ୍ନଟ ନିମନ୍ତେ ନୂଆ ପ୍ରକ୍ରିୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଡାକ୍ତର ଗୁପ୍ତା ରୋଗର ବିଭିନ୍ନ ଲକ୍ଷଣ ସମ୍ପର୍କରେ କର୍ମଶାଳାରେ ସୂଚନା ଦେଇଥିଲେ।  ବିଶ୍ୱରେ ପ୍ରତି ବର୍ଷ ୨୦ ଲକ୍ଷରୁ ଅଧିକ ମହିଳା ସ୍ତନ୍ୟ କର୍କଟରେ ଆକ୍ରାନ୍ତ ହୋଉଥିବା ଏହି କର୍ମଶାଳାରେ ମତପ୍ରକାଶ ପାଇଥିଲା।

ତେବେ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ଏଭଳି ରୋଗକୁ ନିୟନ୍ତ୍ରିତ କରାଯାଇ ପାରିବ ବୋଲି କର୍ମଶାଳାରେ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେବଳ ଗତ ୨୦୧୮ ବର୍ଷରେ ସାରା ବିଶ୍ୱରେ  ୬ ଲକ୍ଷ ୨୭ ହଜାର ମହିଳା ସ୍ତନ କର୍କଟ ରୋଗରେ ପ୍ରାଣ ହରାଇଥିବା କର୍ମଶାଳାରେ ଡାକ୍ତରମାନେ ସୂଚନା ଦେଇଛନ୍ତି। ତେବେ ବିକଶିତ ଦେଶ ଓ ଅଞ୍ଚଳରେ ରହୁଥିବା ମହିଳାମାନଙ୍କ କ୍ଷେତ୍ରରେ ଏଭଳି ରୋଗ ସର୍ବାଧିକ ଦେଖା ଦେଉଥିବା ବିଶେଷଜ୍ଞମାନେ କହିଛନ୍ତି। ବିଳାଶମୟ ଓ ବ୍ୟାୟାମ ବିହୀନ ଜୀବନ ଏହାର ଏକ ମୁଖ୍ୟ କାରଣ ବୋଲି ସେମାନେ କହିଛନ୍ତି।

   Related Posts