Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ମୃତ ଆଲବମ୍ ଅଭିନେତ୍ରୀ ସିମରନ ସିଂଙ୍କ ପୁରୁଷ ବନ୍ଧୁକୁ ଧରିଲା ପୋଲିସ, ଖୋଲିବ ଗୁମର

4/01/2019 at 1:26 PM

ସମ୍ବଲପୁର ୦୪|୦୧: ଗତକାଲି ବୁର୍ଲା ପିସି ବ୍ରିଜ୍ ତଳୁ ଉଦ୍ଧାର ହୋଇଥିବା ଆଲବମ୍ ଅଭିନେତ୍ରୀ ସିମରନ୍ ଙ୍କ ପୁରୁଷ ବନ୍ଧୁ ଦୁବରାଜ ସୁନାଙ୍କୁ ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ଅଟକ ରଖିଛି ।  ଦୁବରାଜଙ୍କୁ ଆଣିବା ପାଇଁ ଝାରସୁଗୁଡା ପୋଲିସର ଏକତ ସ୍ବତନ୍ତ୍ର ଡଦଳ ବେଲପଡାରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ ଯେ, ସିମରନ ଙ୍କ ମୃତ୍ୟୁ ସଂପର୍କରେ ହୀରାକୁଦ ପୋଲିସ ତଦନ୍ତ କରୁଛି । କିନ୍ତୁ ଡିସେମ୍ବର ୨୮ତାରିଖରେ ତାଙ୍କୁ ଦୁବରାଜ ନିର୍ଯ୍ୟାତନା ଦେଉଥିବାନେଇ ସିମରନ ଝାରସୁଗୁଡା ପୋଲିସ ଥାନାରେ କରିଥିବା ଅଭିଯୋଗ ଓ ଏପ୍ରିଲ ମାସରେ ସିମରନଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ମା କରିଥିବା ଅଭିଯୋଗ ଆଧାରରେ ଝାରସୁଗୁଡା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡା ପୋଲିସ ନାବାଳିକା ଅପହରଣ, ନିର୍ଯ୍ୟାତନା, ଯୌନ ନିର୍ଯାତନା ଏବଂ ପୋକ୍ସୋ ଆକ୍ଟରେ ଦୁବରାଜ ବିରୋଧରେ ମାମଲା ଦାୟର କରି ତଦନ୍ତ ଚଳାଇଛି । ବେଲପଡା ପୋଲିସ ଦୁବରାଜକୁ ଅଟକ ରଖି ସିମରନ ମୃତ୍ୟୁ ସଂପର୍କରେ ବ୍ୟାପକ ପଚରାଉଚରା କରୁଛି ।

ଦୁବରାଜ ଧରାପଡିବା ପରେ ହୀରାକୁଦ ପୋଲିସ ମଧ୍ୟ ବେଲପଡା ଗସ୍ତ କରିଛି । ମୃତ୍ୟୁ ପୂର୍ବରୁ  ସିମରନଙ୍କ  ଫୋନ୍ ରେ ବାର୍ତ୍ତାଳାପରୁ ସେ ପ୍ରଚଣ୍ଡ ମାନସିକ ଚାପରେ ରହିଥିବା ସ୍ପଷ୍ଟ ଜଣାପଡିଛି ।

   Related Posts