ଆଲବମ୍ ଅଭିନେତ୍ରୀ ସିମରନ୍ ସିଂଙ୍କ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସିମରନ୍‌ଙ୍କ ବାପା ମାଙ୍କ ଆମରଣ ଅନଶନ

Published By : Prameya-News7 Bureau | February 02, 2019 IST

ଝାରସୁଗୁଡା ୨|୨: ଆଲବମ୍ ଅଭିନେତ୍ରୀ ସିମରନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାକୁ ଯାଉଛି। ଗତ ଜାନୁଆରୀ ୩ ତାରିଖରେ ବୁର୍ଲା ପିସି ବ୍ରିଜ୍ ତଳେ ସିମରନଙ୍କ ମୃତଦେହକୁ ଉଦ୍ଧାର କରିଥଲା ବୁର୍ଲା ପୋଲିସ । ସିମରନର ମୃତ୍ୟୁକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଭାବେ କହି ଆସୁଥିବା ପରିବାରବର୍ଗ ନିଜ ଜିଦରେ ଅଟଳ ରହିଛନ୍ତି।

{"id":80948}

ଏହା ଭିତରେ ସିମରନର ମୃତ୍ୟୁ ସହ ତାର ପୁରୁଷ ବନ୍ଧୁର ସମ୍ପର୍କ ଥିବା ଅଭିଯୋଗକୁ ନେଇ ଝାରସୁଗୁଡା ପୋଲିସ ଧ୍ରୁବରାଜ ସୁନାକୁ ଗିରଫ କରିବା ପରେ ସମ୍ବଲପୁର ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଛି। ତଥାପି ପୋଲିସ ତଦନ୍ତ ଉପରେ ଭରସା ନଥିବାରୁ ସିବିଆଇ ତଦନ୍ତ ଦାବି କରି ସିମରନଙ୍କ ବାପା ବିଜେନ୍ଦ୍ର ସିଂହ ଓ ମା ରିନାଦେବୀ ଆଜିଠାରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.