Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଛାତରୁ ପଡି ନିକିତା ମୃତ୍ୟୁ ମାମଲା : ଗିରଫ ହୋଇପାରନ୍ତି ଅଟକ ସ୍ବାମୀ ଲିପନ ସାହୁ, ଯାଂଚ ରିପୋର୍ଟକୁ ଅପେକ୍ଷା

7/01/2019 at 4:56 PM

କଟକ ୭|୧: ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ସ୍ବାମୀ ଲିପନ ସାହୁ ଉପରେ ପୋଲିସର ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି । ପାରିପାର୍ଶ୍ବିକ ସ୍ଥିତି ଯାଂଚ ପରେ ଏହି ସନ୍ଦେହ ଆହୁରି ଗଭୀର ହେଉଥିବାରୁ  ତଦନ୍ତକୁ ଜୋର୍‌ଦାର କରିଛି ପୋଲିସ୍‌ । କଟକ ଡିସିପି କହିଛନ୍ତି ଘଟମଣା ଗଟିବାବେଳକୁ ଲିପନ ଛାତ ଉପରେ ଥିଲେ । କେବଳ ପେଲିଛନ୍ତି କି ନାହିଁ ଏଷ୍ଟାବ୍ଲିସ ହୋଇନି । ଏମିତି କିଛି ଯଦି ପ୍ରମାଣ ମିଳେ ତାହାହେଲେ ଲିପନଙ୍କୁ ପ୍ରଥମେ ଗିରଫ କରାଯିବ ।

 କଟକ ନିକିତା ଛାତ ଉପରୁ କେମିତି ଓ କେଉଁ ପରିସ୍ଥିତିରେ ପଡ଼ିଲେ ସେ ନେଇ ଚାଲିଛି ଛାନଭିନ୍‌ । ଗତକାଲି ନିକିତାଙ୍କ ବାପା ଦେଇଥିବା ଏତଲା ଆଧାରରେ ପୋଲିସ ନିକିତାଙ୍କ ସ୍ବାମୀ ତଥା ଅଭିନେତା ଲିପନ ସାହୁଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ବେଳେ ଲିପନଙ୍କ ବାପାମାଆଙ୍କୁ ମଧ୍ୟ ଜେରା କରିପାରେ ପୋଲିସ । ତେବେ ତଥ୍ୟ ପ୍ରମାଣ ଆଧାରରେ  ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ।

କେଉଁ ପରିସ୍ଥିତିରେ ନିକିତାଙ୍କ ମୃତ୍ୟୁ ହେଲା ?  ଘରର ଛାତ ଉପରୁ କେମିତି ତଳକୁ ଖସି ପଡ଼ିଲେ  ନିକିତା ? ପାଖରେ ସ୍ବାମୀ ଲିପନ ଥିଲେ ମଧ୍ୟ କେମିତି ଘଟିଲା ଏହି ଦୁର୍ଘଟଣା ?  ଟେଲି ଅଭିନେତ୍ରୀ ନିକିତା ଆଲିଆସ୍‌ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ପଛର ରହସ୍ୟ କ’ଣ ? ଏହା ଏକ ଦୁର୍ଘଟଣା ନା’  ଯୋଜନାବଦ୍ଧ ହତ୍ୟାକାଣ୍ଡ ନା’ ଆତ୍ମହତ୍ୟା ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ସୋମବାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କମିଶନରେଟ୍‌ ପୋଲିସ । ନିକିତାଙ୍କ ମହାନଦୀ ବିହାର ଘରେ ପହଞ୍ଚି ଛାନଭିନ୍‌ କରିଛନ୍ତି ଫରେନସିକ୍‌ ଟିମ୍‌ ।  ପୂରା ତଦନ୍ତର ଭିଡିଓଗ୍ରାଫି କରାଯାଉଛି ।

ଶୁକ୍ରବାର ନିକିତା ଛାତ ଉପରୁ ପଡ଼ିଯିବା ଯୋଗୁଁ ତାଙ୍କର ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିଲା । ନିକିତାଙ୍କ ମୃତ୍ୟୁକୁ ନେଇ ସଂଦେହ ବଢ଼ୁଥିବା ବେଳେ ରବିବାର ନିକିତାଙ୍କ ବାପାଙ୍କ ଅଭିଯୋଗ ପରେ ବଦଳିଥିଲେ ଘଟଣାର ମୋଡ଼ । ପୂର୍ବରୁ ପାରିବାରିକ ବିବାଦ ରହିଥିବା ବେଳେ ଘଟଣା ଦିନ ସ୍ବାମୀଙ୍କ ସହ କଥାବାର୍ତ୍ତା ହେବାକୁ ଛାତ ଉପରକୁ ଯାଇଥିଲେ ନିକିତା । ଆଉ ହଠାତ୍‌ ଛାତ ଉପରୁ ପଡ଼ି ତାଙ୍କର ଏଭଳି ଅବସ୍ଥା ହେଲା । ଯାହାକୁ ନେଇ ପାଖ ପଡ଼ୋଶୀ ମଧ୍ୟ ସଂଦେହ କରୁଛନ୍ତି ।

ନିକିତାଙ୍କୁ ତାଙ୍କ ସ୍ବାମୀଙ୍କ ଓ ଶାଶୂଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ନିକିତାଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ ଲିପନ ସାହୁଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍‌ସିକ୍‌ ଟିମ୍‌ର ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପୂରା ଘଟଣା ଉପରୁ ପରଦା ହଟିପାରିବ ।

   Related Posts