ଭେଣ୍ଟିଲେଟରରୁ ଆଇସିୟୁକୁ ସିଫ୍ଟ ହେଲେ ଲତା ମଙ୍ଗେସ୍କର

Published By : Prameya-News7 Bureau | November 20, 2019 IST

ମୁମ୍ବାଇ :  ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି। ଏ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ଲତାଙ୍କୁ ବୁଧବାର ଆଇସିୟୁକୁ ସ୍ଥାନାନ୍ତରଣ କରାଯାଇଛି। ଗତକାଲି ପ୍ରଖ୍ୟାତ ଚଳଚିତ୍ର ପ୍ରଯୋଜକ ମଧୁର ଭଣ୍ଡାରକର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ଯାଇ ଲତାଙ୍କୁ ଭେଟିଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାର ହସ୍ପିଟାଲରେ ଲତାଙ୍କ ସହ ଥିବା ତାଙ୍କ ଭଉଣୀ ଉଷା ମଙ୍ଗେସ୍କର କହିଥିଲେ। ଏ ନେଇ ମଧୁରଭଣ୍ଡାରକର ତାଙ୍କ ଇଂଷ୍ଟାରେ ମଧ୍ୟ ଅପଡେଟ୍ କରିଥିଲେ।

wp:html
/wp:html

ନିଶ୍ୱାସପ୍ରଶ୍ୱାସ ନେବାକୁ କଷ୍ଟ ହେବାରୁ ଲତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେବେଠାରୁ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଅଗଣିତ ଫ୍ୟାନସ୍ ଉଦବେଗ ମଧ୍ୟରେ ସମୟ କଟାଉଛନ୍ତି। ତେବେ ଏଥିରେ ମଧୁର ଭଣ୍ଡାରକରଙ୍କ ଇଂଷ୍ଟା ଅପଡେଟ୍ ଅନେକଙ୍କୁ ଆସ୍ୱସ୍ଥ କରିଥିବା ବେଳେ ବୁଧବାର ହସ୍ପିଟାଲର ସୂଚନା ଆହୁରି ଉତ୍ସାହ ବର୍ଦ୍ଧକ ରହିଛି।

{"id":187268,"sizeSlug":"large"}

ବଲିଉଡ୍ ଫିଲ୍ମ ଜଗତରେ ଲତା ଜଣେ ଅନନ୍ୟ ପ୍ରଛଦପଟ ଗାୟିକା। କେବଳ ହିନ୍ଦୀ ନୁହେଁ ଭିନ୍ନ ଭିନ୍ନ ୩୬ଟି ଭାରତୀୟ ଭାଷାରେ ବି ଲତା ଅନେକ ଗୀତି ଗାଇଛନ୍ତି। ଲତା ଅସୁସ୍ଥ ହେବା ଖବର ପ୍ରଚାରିତ ହେବା ପରଠାରୁ ସାରା ଦେଶ ତାଙ୍କ ଲାଗି ଉଦବେଗ ପ୍ରକାଶ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.