ଲତା ମଙ୍ଗେସ୍କରଙ୍କ ଜୀବନ କାହାଣୀ : ପଢି ନାହାନ୍ତି ବେଶୀ ପାଠ, ହେଲେ ବିଶ୍ବର ୬ଟି ବଡ଼ ବଡ଼ ବିଶ୍ବ ବିଦ୍ୟାଳୟରୁ ତାଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି,ପଢ଼ନ୍ତୁ ପୂରା କାହାଣୀ

Published By : Prameya-News7 Bureau | November 14, 2019 IST

ମୁମ୍ବାଇ୧୪/୧୧: ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିବା ଲତା ମଙ୍ଗେସ୍କର ୧୯୪୦ ମସିହାରେ ଗୀତ ଗାଇବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା। ୧୯୪୩ ମସିହାରେ ଏକ ମରାଠି ଫିଲ୍ମରେ ଲତାଜୀ ପ୍ରଥମ ଗୀତ ଗାଇବା ସହ ସଂଗୀତ ଦୁନିଆରେ ପାଦ ଥାପିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଛୋଟବେଳେ ସେ ଅଧିକ ପାଠ ପଢ଼ି ପାରି ନଥିଲେ ହେଲେ ଦୁନିଆର ୬ଟି ବଡ଼ ବଡ଼ ବିଶ୍ବ ବିଦ୍ୟାଳୟରୁ ତାଙ୍କୁ ଡକ୍ଟରେଟ୍‌ ଉପାଧି ମିଳିଛି।

{"id":183898,"sizeSlug":"large"}

ସଂଗୀତକୁ ଲତାଜୀ ବହୁତ ସମ୍ମାନ କରନ୍ତି। ଉର୍ଦ୍ଦୁ ଗୀତ ଗାଇବାରେ ତାଙ୍କୁ ଅସୁବିଧା ହୋଇଥିଲା। ତେଣୁ ସେ ଉର୍ଦ୍ଦୁ ଶିକ୍ଷକ ସାଫିଙ୍କ ପାଖରୁ ଉର୍ଦ୍ଧୁ ଶିକ୍ଷା ଲାଭ କରିଥିଲେ।  ୧୯୬୯ ମସିହାରେ ପଦ୍ମ ଭୂଷଣ ଓ ୨୦୦୧ ମସିହାରେ ଭାରତ ରତ୍ନ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିସହ ବଲିଉଡ୍‌ରେ ରାଷ୍ଟ୍ରୀୟ ପୁରସ୍କାର, ଦାଦା ସାହେବ ଫାଲକେ୍‌ ଏବଂ ଫିଲ୍ମ ଫେୟାର ଆୱାର୍ଡ ଆଦି ବହୁ ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି ।

{"id":183899,"sizeSlug":"large"}

ଲତାଜୀ ପାଖାପାଖି ୧୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ୧୯୪୫ ମସିହାରେ ବଡ଼ି ମାଆ, ୧୯୪୬ ମସିହାରେ ଜୀବନ ଯାତ୍ରା ଏବଂ ୧୯୪୮ ମସିହାରେ ମନ୍ଦିର୍‌ ଭଳି ଫିଲ୍ମରେ ଲତାଜୀ ଅଭିନୟ କରିଛନ୍ତି।

{"id":183900,"sizeSlug":"large"}

କିଛି ଦିନ ତଳେ ଛାତିରେ କଷ୍ଟ ଅନୁଭବ କରି ହସ୍ପିଟାଲେ ଭର୍ତ୍ତି ହୋଇଥିବା ସ୍ବର ସାମ୍ରାଜ୍ଞି ଲତା ମଙ୍ଗେସ୍କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଲେ ମଧ୍ୟ ସଙ୍କଟାପନ୍ନ ଅଛି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଲାଇଫ ସପୋର୍ଟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

{"id":183901,"sizeSlug":"large"}

ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତା ଚିକିତ୍ସିତ ହେଉଛନ୍ତି। ସେ ନିମୋନିଆ, ଛାତିରେ ଇନଫେକ୍ସନ ଏବଂ ହୃଦରୋଗର ପୀଡ଼ିତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

{"id":183902,"sizeSlug":"large"}

ଯେ ପର୍ଯ୍ୟନ୍ତ ଇନଫେକ୍ସନ ନିୟନ୍ତ୍ରଣ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କର ପରବର୍ତ୍ତୀ ଚିକିତ୍ସା କରିବା କଷ୍ଟକରଣ ବୋଲି ଡାକ୍ତର କହିଛନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏବେଠାରୁ କିଛି କହିହେବ ନାହିଁ। ଲତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.