ଲକଡାଉନବେଳେ ସିଆଇଡି ଧାରାବାହିକ ଦେଖିବାକୁ ଇଚ୍ଛା ପ୍ରକାଶ କଲେ ଲତା ମଙ୍ଗେସକର : ଏସିପି ପ୍ରଦ୍ୟୁମ୍ନଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
22/04/2020 at 7:04 PM

ମୁମ୍ବାଇ ୨୨/୪: ଲତା ମଙ୍ଗେସକର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସିଆଇଡି ଟିମ୍ ସହ ନେଇଥିବା କିଛି ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ସିଆଇଡିର ଏସିପି ପ୍ରଦ୍ୟୁମ୍ନ ଭୂମିକାରେ ଅଭିନୟ କରୁଥିବା ଶିବାଜୀ ସାଟମଙ୍କୁ ମଧ୍ୟ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ନିଜ ପୋଷ୍ଟରେ ଲତା ଲେଖିଛନ୍ତି ଯେ ସିଆଇଡି ଧାରାବାହିକ ଆରମ୍ଭ ହେଉ ଏହା ତାଙ୍କର ଇଚ୍ଛା। ଲତାଙ୍କୁ ସିଆଇଡି ବହୁତ ପସନ୍ଦ ଏଥିପାଇଁ ସେ ଖାସ୍ ଅନ୍ଦାଜରେ ଶିବାଜୀ ସାଟମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପୋଷ୍ଟରେ ଲତାଜୀ ଲେଖିଛନ୍ତି ଯେ- ନମସ୍କାର,ଆଜି ସିଆଇଡି ଧାରାବାହିକର ଏସିପି ପ୍ରଦ୍ୟୁମ୍ନ ଶିବାଜୀ ରାଓ ସାଟମଙ୍କ ଜନ୍ମଦିନ। ସେ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇଛନ୍ତି ଏବଂ ପୁଣି ଥରେ ସିଆଇଡି ଧାରାବାହିକ ଆରମ୍ଭ ହେଉ ଏହା ତାଙ୍କର ଇଚ୍ଛା। ଏହା ବ୍ୟତୀତ ଇନଷ୍ଟାଗ୍ରାମରେ ସେ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଶିବାଜୀ ସାଟମଙ୍କ ଉପରେ ବନ୍ଧୁକ ଦେଖାଇଛନ୍ତି। ଆଉ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କ ପ୍ରିୟ ଫଟୋ ସିଆଇଡି ଟିମ୍ ସହ।