୨୮ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ଲତା ମଙ୍ଗେସ୍କର, ଜାଣନ୍ତୁ କହିଲେ କ'ଣ?

Published By : Prameya-News7 Bureau | December 08, 2019 IST

ମୁମ୍ବାଇ ୮।୧୨:  ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। ଦୀର୍ଘ ୨୮ ଦିନ କାଳ ଲତା ହସ୍ପିଟାଲରେ ଭର୍ତ୍ତି ଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରମାନେ ତାଙ୍କୁ ଘରକୁ ଛାଡିଛନ୍ତି। ଘରକୁ ଫେରିଥିବା ନେଇ ଲତା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏଥିରେ ସେ ନିମୋନିଆରେ ପୀଡିତ ଥିବାର ଉଲ୍ଲେଖ କରିଥିବା ବେଳେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଦେବଦୂତ (ଫରିସ୍ତା) ବୋଲି ଲେଖିଛନ୍ତି । ଏହା ଛଡା ତାଙ୍କ ସୁସ୍ଥତା କାମନା କରିଥିବା ଅଗଣିତ ଶୁଭେଚ୍ଛୁଙ୍କୁ ମଧ୍ୟ ଲତା ଧନ୍ୟବାଦ ଜ୍ଞାପନ କରିଛନ୍ତି। 

wp:html /wp:html

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଲତା ହସ୍ପିଟାଲ ଯାଇଥିଲେ। ତେବେ ଡାକ୍ତରମାନେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରି ଚିକିତ୍ସା ଚଳାଇଥିଲେ। ସେ ଦୀର୍ଘ ୨୮ ଦିନ କାଳ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଲତା କୃତଜ୍ଞତା ଜ୍ଞାପନ କରିଛନ୍ତି। ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଆଚାର ବ୍ୟବହାର ଓ ଆଚରଣ ଅତ୍ୟନ୍ତ ଭଦ୍ର ବୋଲି ଲତା ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।

wp:html /wp:html

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗତ ସପ୍ତାହରୁ ସୁଧାର ପରିଲଖିତ ହୋଇଥିଲା। ତେବେ ଲତାଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ଲାଗି ପରିବାର ଲୋକେ ତାଙ୍କୁ ଘରକୁ ଆଣିବାକୁ ଚାହିଁ ନଥିଲେ। ଏଣୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲତା ରହିଥିଲେ। ବ୍ରିଚ୍ କ୍ୟାଣ୍ଡିର ସବୁଠୁ ଭଲ ଡାକ୍ତରୀ ଟିମ୍ ଲତାଙ୍କ ଚିକିତ୍ସା ଦାୟିତ୍ୱ ନେଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିବା ଲତା କହିଛନ୍ତି। ଏଣୁ ଡାକ୍ତରମାନେ ତାଙ୍କୁ ହସ୍ପିଟାଲରୁ ଛୁଟି ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.